ଧୋଇଗଲା ଦ୍ୱିତୀୟ ଦିନ

63

ଭୁବନେଶ୍ୱର : ଆଜି ବି ଚାଲିପାରିଲାନି ବିଧାନସଭା । ବିରୋଧୀ ବିଜେପି ଓ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ମାତ୍ର ୧୪ମିନିଟ୍ ଚାଲିଲା ଗୃହ । ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ ମଧ୍ୟ ବିଧାନସଭା ଆରମ୍ଭରୁ ପ୍ଲାକାର୍ଡ, ବ୍ୟାନର ଧରି ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ଗୃହକୁ ପ୍ରଥମେ ୪ଟା ପରେ ଆସନ୍ତାକାଲି ଯାଏଁ ମୁଲତବି କରିଥିଲେ ବାଚସ୍ପତି । ବିରୋଧୀଙ୍କ ଏପରି ଆଭିମୁଖ୍ୟକୁ ନାପସନ୍ଦ କରିଛି ବିଜେଡି । ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ନିୟମ ଭାଙ୍ଗି କରୁଛନ୍ତି ହଟ୍ଟଗୋଳ । ଆଜି ଗୃହ ଆରମ୍ଭ ହେଉ ହେଉ ବିରୋଧୀ କରିଥିଲେ ହୋହଲ୍ଲା । ଗୃହ ମଧ୍ୟ ଭାଗକୁ ପ୍ଲାକାର୍ଡ, ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଥିଲେ । ବିରୋଧୀଙ୍କ ଏପରି ଆଭିମୁଖ୍ୟକୁ ସମାଲୋଚନା କରିଛି ଶାସକ ବିଜେଡି । ଲୋକଙ୍କ ସମସ୍ୟା କଥା ନଉଠାଇ ଶସ୍ତା ରାଜନୀତିରେ ମାତିଛନ୍ତି ବିରୋଧୀ । ମମିତା ହତ୍ୟା ମାମଲା ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଦେଇଥିବା ବେଳେ କାହିଁକି ଆଲୋଚନା କରୁନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି । ଗ୍ୟାସ ଓ ଦରଦାମ ବୃଦ୍ଧିକୁ ବିରୋଧ କରି ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । କେନ୍ଦ୍ରର ଗରିବ ମାରଣ ନୀତି ବିରୋଧରେ ନାରାବାଜି କରିଥିଲେ । ତୁରନ୍ତ କେନ୍ଦ୍ର ସରକାର ଗ୍ୟାସ ଦର କମାଇବା ସହ ଦରଦାମ୍ ନିୟନ୍ତ୍ରଣ କରିବା ପାଇଁ ଶାସକ ଦଳ ଦାବି କରିଛି । ନହେଲେ ଦିଲ୍ଲୀରୁ ପଲ୍ଲୀ ଯାଏଁ ବିଜେଡି ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

Comments are closed.