ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ

71

ଭୁବନେଶ୍ୱର : ବାତ୍ୟା ଆସୁଛି । ବିଶାଖାପାଟ୍ଟଣମରୁ ଗୋପାଳପୁର ମଧ୍ୟରେ ଶନିବାର ସ୍ଥଳଭାଗ ଛୁଇଁବ । ପରେ ଓଡ଼ିଶା ଉପକୂଳରେ ସକ୍ରିୟ ରହି ରବିବାର ମଧ୍ୟାହ୍ନରେ ପୁରୀ ପହଞ୍ଚିବ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ଶାଣିତ କରିଛନ୍ତି ସରକାର । ରବିବାର ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରି ଦିଆଯାଇଛି । ଅନ୍ୟପଟେ କୋଣାର୍କରେ ·ଲିଥିବା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପର୍ଯ୍ୟଟନ ବିଭାଗ । ଡିସେମ୍ବର ୧ରୁ ଆରମ୍ଭ ହୋଇଥିଲା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଏହା ୫ ଦିନ ଧରି ଚାଲିଥାନ୍ତା । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଉତ୍ସବର ତୃତୀୟ ଦିନରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଉପକୂଳରେ ୨୪ଘଣ୍ଟା ସକ୍ରିୟ ରହିବ ଓ ୫ ତାରିଖ ମଧ୍ୟାହ୍ନରେ ପୁରୀରେ ପହଞ୍ଚିବ । ସେପଟେ ବାତ୍ୟା ପାଇଁ ସାରା ରାଜ୍ୟରେ ଘୁଞ୍ଚିଛି ସିଟି ପରୀକ୍ଷା । ୪ ତାରିଖରେ ହେବାକୁ ଥିବା ପ୍ରଥମ ବର୍ଷର ସିଟି ପରୀକ୍ଷା ପେପରକୁ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୭ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ । ଏନ୍ଆରଟିଏସ୍ ଓ ପ୍ରାଇମେରୀ ସ୍କଲାରସିପ୍ ପରୀକ୍ଷା ୬ ଓ ୮ ତାରିଖରେ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.