ସାମୁଦ୍ରିକ ଝଡ଼ ଜୱାଦର ମୁକାବିଲା ଲାଗି ପ୍ରଶାସନର ସମୀକ୍ଷା ବୈଠକ ସଜାଗ ରହିବା ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

0 69

କେନ୍ଦୁଝର : ସାମୁଦ୍ରିକ ଝଡ଼ ଜୱାଦ ପ୍ରଭାବର ମୁକାବିଲା କରିବା ଲାଗି କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଏବଂ ସଜାଗ ରହି ସାମୁଦ୍ରିକ ଝଡ ଜୱାଦର ମୁକାବିଲା କରିବାକୁ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ପୂର୍ବରୁ କରାଯାଇଥିବା ପ୍ରସ୍ତୁତିର ବିଭାଗୱାରୀ ସମୀକ୍ଷା କରିଥିଲେ । ଗତ ୨୦୨୧ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତିର ଅନୁପାଳନ, ପ୍ରସ୍ତୁତିର ପ୍ରଗତି ସମ୍ପର୍କରେ ବିଷଦ ଭାବରେ ସମୀକ୍ଷା କରିଥିଲେ । ନଦୀ ବନ୍ଧର ସୁରକ୍ଷା, ନଦୀ ବନ୍ଧର ଦୁର୍ବଳ ସ୍ଥାନରେ ମରାମତି, ଦୁର୍ବଳ ପୋଲ ମରାମତି, ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରି ଆବଶ୍ୟକୀୟ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାବିତ ଆଶଙ୍କା ଥିବା ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ, ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବା ନିମନ୍ତେ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଳିଆ ଅଂଚଳ ଓ କଚ୍ଚାଘରେ ରହୁଥିବା ଲୋକମାନଙ୍କର ସୁରକ୍ଷା ପାଇଁ ସେମାନଙ୍କୁ ସଚେତନ କରାଇବା ସହ ଆବଶ୍ୟକ ସ୍ଥଳେ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ବି.ଡି.ଓ , ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାନ ଫସଲ ଅମଳକୁ ଦୃଷ୍ଟିରେ ରଖି ଫସଲରୁ ଶିଘ୍ର ଅମଳ ଏବଂ ଏହାର ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ କୃଷି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଧାନମମଣ୍ଡି ଚାଲୁ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆବଶ୍ୟକୀୟ ଔଷଧ ସହ ଚିକିତ୍ସକ ଦଳ ଓ ପାରା ମେଡିକାଲ ଷ୍ଟାଫ୍ ପ୍ରସ୍ତୁତ ରଖିବା ସହ ବିଭିନ୍ନ ଚିକିତ୍ସାଳୟରେ ଆମ୍ବୁଲାନ୍ସ ୧୦୮ ଓ ୧୦୨ କୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜିଆଯାଇଛି । ଏତଦ୍ ବ୍ୟତିତ ଆସନ୍ନ ପ୍ରସବା ମା ମାନଙ୍କ ଉପରେ ଧ୍ୟାନ ଦେବା ଏବଂ ସେମାନଙ୍କୁ ଚିକିତ୍ସାଳୟ କିମ୍ବା ମା ଗୃହକୁ ସ୍ଥାନାନ୍ତରିତ କରିବାକୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ବିଭାଗକୁ ବିଭିନ୍ନ ସ୍ଥାନରେ ଅଗ୍ନିଶମ ଦଳ ସହ କଟର, ଆସ୍କା ଲାଇଟ ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ସହ ସଜାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ଝଡ଼ ଜୱାଦ ପ୍ରଭାବରେ ବିଦ୍ୟୁତ ସେବା ବ୍ୟାହତ ହେଲେ ତୁରନ୍ତ କାର୍ଯ୍ୟକ୍ଷମ କରିବା, ରାସ୍ତାଘାଟ ବିଚ୍ଛିନ୍ନ ହେଲେ ତୁରନ୍ତ ମରାମତି କରି ଏହାକୁ ଗମନାଗମନ ଯୋଗ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କୁ ଜିଲ୍ଲାପାଳ ଶ୍ରୀ ଠାକରେ ପରାମର୍ଶ ଦେଇଛନ୍ତି ।

ଅନୁରୂପ ଭାବେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସମ୍ବେଦନଶୀଳ ଅଂଚଳ ମାନଙ୍କରେ ମାଇକ୍ ଯୋଗେ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ହାତକୁ ନେବାକୁ କୁହାଯାଇଛି । ଭୟଭୀତ ନ ହୋଇ ସାହସର ସହିତ ଏବଂ ଯୋଜନାବଦ୍ଧ ଭାବେ ସାମୁଦ୍ରିକ ଝଡ଼ ଜୱାଦର ମୁକାବିଲା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.