ବାତ୍ୟା ପରିଚାଳନାର ଚାଣକ୍ୟ ନବୀନ

75

ଭୁବନେଶ୍ୱର : ବାତ୍ୟା ପରିଚାଳନାର ଚାଣକ୍ୟ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧି ଭିତରେ ପାଖାପାଖି ୯ଟି ବାତ୍ୟା ଆଉ ମହାବାତ୍ୟାର ଯାତନା ସହିଛି ଓଡ଼ିଶା । ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା ଓଡ଼ିଶାର ଚିତ୍ରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ସବୁଜ ଶ୍ୟାମଳ ଓଡ଼ିଶାରେ ଗଦା କରିଥିଲା କୁଢ଼ କୁଢ଼ ଶବ । ନିଃସ୍ୱ ହୋଇଯାଇଥିଲା ଅଧା ଓଡ଼ିଶା । ଏଭଳି ଦୁର୍ଦ୍ଦଶା ସେହି ସମୟର ଉପସ୍ଥିତ ପିଢ଼ି କେହି ବି କେବେ ନିଜ ଆଖିରେ ଦେଖିନଥିଲେ । ଯୁଆଡେ ଆଖି ବୁଲୁଥିଲା ଛାତି ଫଟାଇ ଦେଉଥିଲା ସେହି ବିପର୍ଯ୍ୟୟ ବିଭୀଷିକାର ଦୃଶ୍ୟ । ଓଡ଼ିଶାକୁ ଦୁର୍ବଳ କରିବାକୁ ପ୍ରକୃତି ଯେତେବେଳେ ପଣ କରିଥିଲା, ସେତେବେଳେ ଓଡ଼ିଶାର ଉତ୍ତରୋତ୍ତର ସୁରକ୍ଷା ପଣ ନେଇ ନିଜର ସେନାବାହିନୀ ଗଢ଼ୁଥିଲେ ଜଣେ ଦୂରଦ୍ରଷ୍ଟା ନେତା । ସେହି ସେନାବାହିନୀ ଥିଲା ବିଜୁ ଜନତା ଦଳ । ଆଉ ସେହି ସାମର୍ଥ୍ୟବାନ୍ ନେତା ହେଲେ ନବୀନ ପଟ୍ଟନାୟକ । ମହାବାତ୍ୟାର ମହାବିଭୀଷିକାର ଠିକ୍ ପାଞ୍ଚମାସ ପରେ ରାଜ୍ୟରେ କ୍ଷମତାକୁ ଆସିଥିଲେ ନବୀନ । ଓଡ଼ିଶାର ଭୌଗୋଳିକ ମାନଚିତ୍ରରୁ ଏହାର ଭାଗ୍ୟ ଓ ଭବିଷ୍ୟତକୁ ବେଶ୍ ଆକଳନ କରିଥିଲେ ସେ । ସେ ପଣ କରିଥିଲେ ଓଡ଼ିଶାକୁ ପ୍ରକୃତିର କୋପରୁ ସୁରକ୍ଷା ଦେବେ । ହୁଡ୍ହୁଡ୍, ଫାଇଲିନ୍, ତିତ୍ଲି, ଫନି, ଅମ୍ଫାନ ଓ ୟଶକୁ ସେ ସଫଳତାର ସହ ମୁକାବିଲା କରିଥିଲେ । ଜିରୋ କାଜୁଆଲିଟି ମିଶନରେ କାମ କରି ପ୍ରତ୍ୟେକ ବାତ୍ୟାର ମୁକାବିଲା ଅତି ଦୃଢ଼ତାର ସହ ସେ କରିଛନ୍ତି ।

ବାତ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସୂଚନା ପ୍ରଦାନ କରିବା, ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଖାଦ୍ୟ ଓ ରିଲିଫ୍ ଯୋଗାଣ, ସମସ୍ତଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ସର୍ବୋପରି ବାତ୍ୟା ଚାଲିଯିବା ପରେ ପୁନରୁଦ୍ଧାର କାମକୁ ସେ ଅତି ସଫଳତାର ସହ କରିଚାଲିଛନ୍ତି । ପ୍ରତ୍ୟେକ ବାତ୍ୟା ମୁକାବିଲା ରଣକୌଶଳରେ ସେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । ପ୍ରତ୍ୟେକ ଥର ମୁକାବିଲା ବାଟରେ ଆସିଥିବା ଅବରୋଧରୁ ଶିକ୍ଷା ନେଇ ସେ ପ୍ରସ୍ତୁତ କରିଛନ୍ତି ଏକ ମଜଭୂତ ରଣନୀତି । ଯାହାର ସଫଳତା ବାତ୍ୟା ୟଶର ପ୍ରଭାବ ବେଳେ ଦେଖିବାକୁ ମିଳିଥିଲା । ୟଶ୍ର ଲ୍ୟାଣ୍ଡଫଲ ପରେ ପରେ ଆରମ୍ଭ ହୋଇଯାଇଥିଲା ପୁନରୁଦ୍ଧାର କାମ । ଯୁଦ୍ଧଭୂମିକୁ ଓହ୍ଲାଇଥିଲେ ଓଡ୍ରାଫ୍, ଏନ୍ଡିଆରଏଫ୍, ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ, ଶକ୍ତି ବିଭାଗ ଏବଂ ପିଡବ୍ଲଡି ବିଭାଗର ଏକାଧିକ ଟିମ୍ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା ଉଦ୍ଧାର ଓ ପୁନରୁଦ୍ଧାର କାମ । ନବୀନଙ୍କ ବିପର୍ଯ୍ୟୟ ପରିଚାଳନାକୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରାଯାଇଥିଲା । ସେଥିରେ ତୁଳନା କରାଯାଇଥିଲା, ୧୯୯୯ ମହାବାତ୍ୟାରେ ହଜାର ହଜାର ଜୀବନହାନୀ ସହିତ ନବୀନଙ୍କ ମିଶନ ଜିରୋ କାଜୁଆଲିଟି । ମହାମାରୀ ବେଳେ ୟଶ ମୁକାବିଲା ଥିଲା ଆଉ ଏକ ଆହ୍ୱାନ । କିନ୍ତୁ ସେଥିରେ ମଧ୍ୟ ସେ ଫୁଲ୍ ମାର୍କରେ ପାଶ୍ କରିଥିଲେ । ତାଙ୍କର ବିଶାଳ ହୃଦୟର ପରିଚୟ ସେତେବେଳେ ମିଳିଥିଲା, ଯେତେବେଳେ ସେ ବାତ୍ୟାଜନିତ କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରୀୟ ସହାୟତା ନେବାକୁ ମନା କରିଦେଇଥିଲେ । ନିଜ ବଳରେ ରାଜ୍ୟ ପରିସ୍ଥିତିର ମୁକାବିଲା କରିବ ବୋଲି କହିଥିଲେ ନବୀନ । ତାଙ୍କର ଦୂରଦୃଷ୍ଟି, ସମୟୋଚିତ ଦୃଢ଼ ନିଷ୍ପତ୍ତି ଏବଂ ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ତତ୍ପରତା ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ତାଙ୍କୁ ସଫଳତା ଆଣିଦେଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ୧୨୯ ପ୍ରଥମ ଶ୍ରେଣୀ ଅଧିକାରୀ :

ଗତ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ ଜାନୁଆରୀ ୧ ରୁ ଡିସେମ୍ବର ୨୦୨୦ ମଧ୍ୟରେ ଆୟ ବର୍ହିଭୁତ ସମତ୍ତି ଠୁଳ ଅଭିଯୋଗରେ ଓଡିଶାର ୧୨୯ ଶ୍ରେଣୀ-୧ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜାନୁଆରୀ ୧ରୁ ଡିସେମ୍ବର ୨୦୨୦ ମଧ୍ୟରେ ବେଆଇନ ଟଙ୍କା ସଂଗ୍ରହ ଅଭିଯୋଗରେ ଭିଜିଲାନ୍ସ ରାଜ୍ୟରେ ୫୦୭ଟି ମାମଲା ରୁଜୁ କରିଛି । ଭିଜିଲାନ୍ସ ଦ୍ୱାରା ପଞ୍ଜୀକୃତ ଉପରୋକ୍ତ ମାମଲା ମଧ୍ୟରୁ ୧୨୫ଟିରେ ୧୨୯ଜଣ ଦ୍ୱାଦଶ ଶ୍ରେଣୀ ଅଧିକାରୀ ଧରାପଡିଛନ୍ତି ବୋଲି ସେ କହିଛନ୍ତି । ଭିଜିଲାନ୍ସ ମାମଲାର ଶୀଘ୍ର ବିଚାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ୧୯ଟି ଭିଜିଲାନ୍ସ ଅଦାଲତରେ ମାମଲାର ବିଚାର ଚାଲିଛି ଏବଂ ରାଜ୍ୟରେ ଅଧିକ ଭିଜିଲାନ୍ସ ଅଦାଲତ ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ ।

Comments are closed.