୨୪୬ ବିଦେଶ ଫେରନ୍ତା କୋଭିଡ୍ ସଂକ୍ରମିତ

66

ଭୁବନେଶ୍ୱର : ଓମିକ୍ରନ ଭାରିଆଣ୍ଟକୁ ନେଇ ଦେଶ ତଥା ରାଜ୍ୟରେ ଚିନ୍ତାର କାରଣ ପାଲଟିବା ସହ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ କରୋନା ପଜିଟିଭ ହୋଇଥିବା ନେଇ ଆଜି ଖବର ମିଳିଛି । ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ । ପଜିଟିଭଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ଆସିଛି । ଜିନମ ସିକ୍ୱେନ୍ସିଂ ପାଇଁ ଆସିଥିବା ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ଜିନମ୍ ସିକ୍ୱେନ୍ସିଂ ପରେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ଜଣାପଡିବ ବୋଲି କହିଛନ୍ତି । ଶୁକ୍ରବାର ଦିନ ଜିନମ୍ ସିକ୍ୟୁଏନସିଂ ରିପୋର୍ଟ ଆସିବ । ଏପର୍ଯ୍ୟନ୍ତ ଓଡିଶାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହାପୂର୍ବରୁ ୧୪୧ ନମୁନା ପରୀକ୍ଷା ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଓମିକ୍ରନ ମିଳିନାହିଁ ।

Comments are closed.