ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ନେଇ ରାଜ୍ୟବାସୀ ଆତଙ୍କିତ ନହୁଅନ୍ତୁ : ଡିଏମଇଟି

70

ଭୁବନେଶ୍ୱର : ଓଡିଶାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ଓମିକ୍ରନ ବାହାରିବା ନେଇ ଆମ ପାଖରେ ଖବର ଅଛି । କିନ୍ତୁ ଏଥିପାଇଁ ରାଜ୍ୟବାସୀଙ୍କୁ ଭୟଭୀତ କିମ୍ବା ଆତଙ୍କିତ ନହୁଅନ୍ତୁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଏପର୍ଯ୍ୟନ୍ତ ଆମ ଓଡ଼ିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନହାନ୍ତି ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି ।

ଅପରପକ୍ଷରେ ସ୍କୁଲଗୁଡ଼ିକରେ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପୂର୍ବ ଅପେକ୍ଷା ରାଜ୍ୟର ସ୍କୁଲଗୁଡ଼ିକରେ ସଂକ୍ରମଣ ଧୀରେ ଧୀରେ କମୁଛି । ସେମିତି ଚିନ୍ତାଜନକ ସ୍ଥିତି ନାହିଁ ବୋଲି ଡିଏମଇଟି କହିଛନ୍ତି ।

Comments are closed.