ନୂଆବର୍ଷରେ ରାଜ୍ୟ ପାଇବ ନୂଆ ଡିଜି : ଚୂଡ଼ାନ୍ତ ପର୍ଯ୍ୟାୟରେ ନିଯୁକ୍ତି ପ୍ରକ୍ରିୟା

72

ଭୁବନେଶ୍ୱର : ଚଳିତ ମାସ ଶେଷରେ ଅବସର ନେବେ ପୋଲିସ ଡିଜି ଅଭୟ । ତାଙ୍କ ପରେ କାହାକୁ ମିଳିବ ଦାୟିତ୍ୱ ? ରାଜ୍ୟ ସରକାର ସୁପାରିସ କରିଥିବା ଯୋଗ୍ୟ ଆଇପିଏସ୍ ଅଫିସରଙ୍କ ତାଲିକାରୁ ୟୁପିଏସ୍ସି ୩ଜଣଙ୍କ ନାଁ ସୁପାରିସ କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁରେ ମୋହର ମାରିବେ ରାଜ୍ୟ ସରକାର । ପୂର୍ବରୁ ରାଜ୍ୟ ସରକାର ୭ରୁ ୮ଯୋଗ୍ୟ ପୋଲିସ ଅଧିକାରୀଙ୍କ ତାଲିକା ୟୁପିଏସ୍ସିକୁ ପଠାଇଥିଲେ । ବରିଷ୍ଠତା ଭିତରେ ୟୁପିଏସ୍ସି ଚୂଡ଼ାନ୍ତ କରିଥିବା ଆଇପିଏସ୍ ଅଫିସରଙ୍କ ଭିତରେ ଅଛନ୍ତି ୧୯୮୬ ବ୍ୟାଚ୍ର ଆଇପିଏସ୍ ପ୍ରଦୀପ କାପୁର, ୧୯୮୭ ବ୍ୟାଚ୍ର ଆଇପିଏସ୍ ସୁନୀଲ କୁମାର ବନସଲ ଓ ୧୯୮୮ ବ୍ୟାଚ୍ର ମନୋଜ ଛାବ୍ରା । ପ୍ରଦୀପ କାପୁରଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୨ ଯାଏ ରହିଛି । ସେ ଏବେ ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ୍ର ଉପାଧ୍ୟକ୍ଷ ଅଛନ୍ତି । ଜୁନ୍ ୨୦୨୨ରେ ସରୁଛି ସୁନୀଲ କୁମାର ବନସଲଙ୍କ କାର୍ଯ୍ୟକାଳ । ସେ ଏବେ ଦିଲ୍ଲୀରେ ସ୍ୱତନ୍ତ୍ର ଆଇବି ନିର୍ଦ୍ଦେଶକ ଅଛନ୍ତି । ୨୦୨୩ ଅକ୍ଟୋବରରେ ସରୁଛି ମନୋଜ ଛାବ୍ରାଙ୍କ କାର୍ଯ୍ୟକାଳ । ସେ ସ୍ପେଶାଲ ଡିଜି, ସ୍ପେଶାଲ ଆର୍ମଡ୍ ପୋଲିସ ଅଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ ।

ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୋଲିସ ଡିଜି ଚୟନ ସମୟରେ ଯେଉଁ ଅଧିକାରୀଙ୍କ ଚାକିରିକାଳ ସର୍ବନିମ୍ନ ୬ମାସ ଥିବ,ସେମାନଙ୍କ ନାଁ ବିଚାରକୁ ନିଆଯାଇପାରିବ । ଯାହାକୁ ଡିଜିପି ଭାବେ ନିଯୁକ୍ତି ମିଳିବ ସେ ଏହି ପଦବୀରେ ଦୁଇବର୍ଷ ରହିବେ ।

Comments are closed.