ଏମକେସିଜି ମେଡ଼ିକାଲରେ ୫୦ ଶଯ୍ୟା ବିଶିଷ୍ଟ ପୋର୍ଟେବୁଲ ହସ୍ପିଟାଲ ୟୁନିଟ୍

0 77

ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ ପୋର୍ଟେବୁଲ ହସ୍ପିଟାଲ ୟୁନିଟ୍ ତିଆରି ହୋଇଛି । କ୍ୟାନସର ୱାର୍ଡ଼ କୋଠା ପଛପାଶ୍ୱର୍ରେ ଏହାର ଫାଉଣ୍ଡେସନ ଏବଂ ମାଷ୍ଟର କାର୍ଡ଼ ତରଫରୁ ଏହି ହସ୍ପିଟାଲ ତିଆରି କରାଯାଇଛି । କୋଭିଡ଼୍ ୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହି ୟୁନିଟ୍ ଏମକେସିଜି ମେଡ଼ିକାଲକୁ ଦାନ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ହସ୍ପିଟାଲରେ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ମହଜୁଦ କରାଯାଇଛି । ଖୁବ୍ ଶୀଘ୍ର ଏହି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଏମକେସିଜି ମେଡ଼ିକାଲ ଅଧିକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.