୬ ମାସରେ ପିଲାଙ୍କୁ ଟିକା

0 66

ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଖୁସି ଖବର । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଣିକି ୩ରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା ନୋଭାଭାକ୍ସ କୋଭିଡ-୧୯ । ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ୬ ମାସ ଭିତରେ ପିଲାଙ୍କୁ ଟିକା ଦିଆଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଆସିବ କରୋନା ଟିକା । ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ଭିତରେ ଆସିବ କରୋନା ଟିକା । ପିଲାଙ୍କ ଟିକା ନେଇ ସେରମ୍ ଇନ୍ଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲାଙ୍କ ସୂଚନା ଦେଇଛନ୍ତି । ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ପକ୍ଷରୁ ଆସନ୍ତା ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ-୧୯ ପ୍ରସ୍ତୁତ କରାଯିବ ଏବଂ ଏହାକୁ ବ୍ୟବହାର ନିମନ୍ତେ ଅନୁମତି ଦିଆଯିବ । ବର୍ତ୍ତମାନ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୩ରୁ ଅଧିକ ବୟସ ପିଲାଙ୍କ ଲାଗି ଏହା ବରଦାନ ସଦୃଶ ହେବ ।

ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସେରମ୍ ଇନ୍ଷ୍ଟିଚ୍ୟୁଟ୍କୁ ୩୦୦୦ କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି । ବିଶ୍ୱର ଏହି ସର୍ବବୃହତ୍ ଟିକା ଉତ୍ପାଦନକାରୀ କମ୍ପାନୀ ସଂପ୍ରତି ମାସକୁ ୭୦ ନିୟୁତ ଟିକା ଉତ୍ପାଦନ କରୁଥିବା ବେଳେ ତାହା ମାସକୁ ୧୦୦ ନିୟୁତ ଡୋଜ୍କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଙଋି ଲୋଡିଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ୧୮ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ସମସ୍ତଙ୍କ ପାଇଁ କୋଭିଡ ଟିକାକରଣ ଉନ୍ମୁକ୍ତ ରଖିଛନ୍ତି । ଏବେ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହେଉଥିବାରୁ ବିପୁଳ ଟିକା ଆବଶ୍ୟକ ପଡିବ । ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ଉତ୍ପାଦନ କ୍ଷମତା ବୃଦ୍ଧି ଘଟିଲେ ସେହି ଆବଶ୍ୟକତାକୁ କିଛି ଅଂଶରେ ପୂରଣ କରାଯାଇପାରିବ ବୋଲି ସରକାର ମନେ କରୁଛନ୍ତି ।

Leave A Reply

Your email address will not be published.