ଫୁଟିବନି ବାଣ : ରାତି ୧୦ଟା ପରେ ବିବାହ ଶୋଭାଯାତ୍ରା ମନା

0 69

ଭୁବନେଶ୍ୱର : ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା ପରେ ଡିଜେ ସାଉଣ୍ଡ ଅବାଧରେ ବଜାଯାଉଛି । ରାସ୍ତାଘାଟରେ ମଧ୍ୟ ବାଣ ଫୁଟାଯାଉଛି । ଏ ନେଇ ବାରମ୍ବାର ଅଭିଯୋଗ ଆସିଲା ପରେ ଆକ୍ସନ୍ ମୋଡ୍କୁ ଆସିଛି କମିଶନରେଟ୍ ପୋଲିସ । ଯଦି କୌଣସି ସ୍ଥାନରେ କଟକଣା ଉଲ୍ଲଂଘନ ହେଉଥିବା ନଜରକୁ ଆସେ ତେବେ ଜଣାଇବାରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ୍ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ ଭୁବନେଶ୍ୱର ଡିସିପି କହିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଉଛି ୦୬୭୪୨୫୪୦୨୯୪ । ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.