ବାସି ଚା’ ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ

0 67

ଅଧିକାଂଶ ଲୋକଙ୍କୁ ଚା’ ପିଇବା ଭାରି ପସନ୍ଦ । ଚା’ ବିନା ତାଙ୍କ ଦିନ ଆରମ୍ଭ ହୁଏନି । ଏପରି ଅନେକ ଅଛନ୍ତି ଯିଏକି ଦିନରେ ୩ରୁ ୪ ଥର ଚା’ ପିଇବାକୁ ଭଲ ପାଆନ୍ତି । ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା’କୁ ରଖି ଗରମ କରି କରି ପିଇଥା’ନ୍ତି । ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ । ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ । ରଖାଯାଇଥିବା ଚା’କୁ ବାରମ୍ବାର ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ ।

– ଦୀର୍ଘ ସମୟ ଧରି ରଖାଯାଇଥିବା ଚାକୁ ବାରମ୍ବାର ଗରମ କରି ପିଇବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଚା’ର ସ୍ୱାଦ ଏବଂ ତା’ର ସୁଗନ୍ଧ ବଦଳିଯାଇଥାଏ । ଏହା ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ଯଦି ସମ୍ଭବ ରଖାଯାଇଥିବା ଚା’ ପିଅନ୍ତୁ ନାହିଁ ।

– ବାସି ଚା’କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏହା ସ୍ୱାଦହୀନ ମଧ୍ୟ ଲାଗେ । ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ ।

-ଏଭଳି ଚା’ ପିଇବା ଦ୍ୱାରା ଝାଡା, କୋଷ୍ଟ କାଠିନ୍ୟ, ହଜମ ସମ୍ବନ୍ଧୀୟ ସମସ୍ୟା ଆଦି ହୋଇପାରେ । ଏଥିପାଇଁ ବାସି ଚା’କୁ ଗରମ କରି ପିଇବା ଠାରୁ ଦୂରେଇ ରୁହନ୍ତୁ ।

-ବାସି ଚା’ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥା’ନ୍ତି । ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍(ଏକ ପ୍ରକାର ଜୀବାଣୁ) ହେବା ଆଶଙ୍କା ଅଛି ।

–ସେହିପରି ଯଦି ଆପଣ ହର୍ବାଲ ଚା’ ପିଉଛନ୍ତି ତେବେ ତାକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ଏଥିରେ ଥିବା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ । ଯଦିଓ, ଆପଣ ଚା’କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି, ତେବେ ତାକୁ ଗରମ କରି ପିଇପାରିବେ ।

Leave A Reply

Your email address will not be published.