୯୫ ଗୋଟି ରକ୍ତ ଚନ୍ଦନ ଗଣ୍ଡିକୁ ଜବତ କଲା ବନବିଭାଗ

0 64

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ସକାଳ ସମୟରେ ବନବିଭାଗ ଦ୍ୱାରା ୯୫ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ସହରର ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଥିବା ଜି. ରାମାରାଓଙ୍କ ବାସଭବନରୁ ଏହି ରକ୍ତଚନ୍ଦନ କାଠ ଗଣ୍ଡି ଗୁଡିକୁ ଜବତ କରାଯାଇଛି । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫଓ ଗୌରୀ ପ୍ରସାଦ ରଥଙ୍କ ନେତୃତ୍ୱରେ ବନବିଭାଗର ସ୍କ୍ୱାର୍ଡ ଚଢାଉ କରି ୯୫ ଖଣ୍ଡରକ୍ତ ଚନ୍ଦନ କାଠ ଗଣ୍ଡିକୁ ଜବତ କରିଥିବା ଜଣାଯାଇଛି । ଜବତ ଗଣ୍ଡିଗୁଡିକୁ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇ ଅନୁଧ୍ୟାନ ଜାରି ରହିଛି । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି ରକ୍ତ ଚନ୍ଦନ ଗଣ୍ଡି ଗୁଡିକ ରଖିବା ପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ଏଗୁଡିକ ଜବତ କରାଯାଇଛି । ଜବତ ହୋଇଥିବା ଗୃହମାଲିକଙ୍କୁ ଏତେ ପରିମାଣର ରକ୍ତ ଚନ୍ଦନ ଗଣ୍ଡି କେଉଁ ଠାରୁ ଆଣିଲେ ଏବଂ କିପରି ଭାବେ ଗଛିତ ରଖିଛନ୍ତି ତାହାର ସରକାରୀ ଆଦେଶ ନାମା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.