ସୁନୀଲ ବଂଶଲ୍ ନୂଆ ଡିଜିପ, ସୁରକ୍ଷା ଓ ସେବା ମୂଳ ଲକ୍ଷ୍ୟ: ବଂଶଲ୍

0 65

ଭୁବନେଶ୍ୱର : ସୁନୀଲ କୁମାର ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ । ବନସଲ ଡିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଡିଜିପି ଅଭୟଙ୍କ ଠାରୁ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ । ଡିସେମ୍ବର ୩୧ ତାରିଖରେ ସରୁଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ୧୯୮୭ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ସୁନୀଲ କୁମାର ବନଶଲ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ
ମୟୂରଭଞ୍ଜର ଏସ୍ପି ଥିଲେ । ବହୁଦିନ ପୂର୍ବରୁ ବନଶଲ କେନ୍ଦ୍ରୀୟ ଡେପୁଟେସନ୍କୁ ଯାଇଛନ୍ତି । ଓଡ଼ିଶା ପୋଲିସ୍ ପକ୍ଷରୁ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ନୂଆ ଡିଜିପି ଭାବେ ବନଶଲଙ୍କୁ ସ୍ୱାଗତ କରାଯିବା ସହ ତାଙ୍କ ନେତୃତ୍ୱରେ କାମ କରିବାକୁ ନେଇ ଓଡ଼ିଶା ପୋଲିସ୍ ଉତ୍ସାହିତ ଥିବା ଟ୍ୱିଟ କରାଯାଇଛି । ଆସନ୍ତା ୩୧ ତାରିଖରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ନୂଆ ଡିଜିପି ତାହା ପୂର୍ବରୁ ଦାୟିତ୍ୱ ଗ୍ରହଣ କରିବେ ନା ପରେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନି । ଅପରପକ୍ଷେ ଏନେଇ ନୂଆ ଡିଜିପି ସୁନୀଲ ବନଶଲ କହିଛନ୍ତି, ଓଡ଼ିଶା ଫେରିଲେ ଖୁସି ହେବି । ଭଲ ଭାବେ ରାଜ୍ୟର ସେବା କରିବା ପାଇଁ ଚେଷ୍ଟା କରିବି । ଏଯାଏଁ ମୋତେ ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ମିଳିନି ।

ସୂଚନାଯୋଗ୍ୟ, ଗତ ୮ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଜିପି ମନୋୟନକମିଟି ବୈଠକରେ ରାଜ୍ୟର ପୋଲିସ ଡିଜି ପଦବୀ ନିମନ୍ତେ ମୋଟ ୧୨ଜଣ ଯୋଗ୍ୟ ଆଇପିଏସ୍ଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ଜଣ ଆଇପିଏସଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା । ଶୁକ୍ରବାର ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚ୍ର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବନଶଲ ଓ ୧୯୮୮ ବ୍ୟାଚ୍ର ମନୋଜ କୁମାର ଛାବ୍ରାଙ୍କ ନାମ ସର୍ଟଲିଷ୍ଟ ହୋଇଥିବା ବେଳେ ଏବେ କେବଳ ଶ୍ରୀ ଛାବ୍ରା ହିଁ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି । ଶ୍ରୀ କାପୁର ଦୀର୍ଘ ୫ବର୍ଷରୁ ଅଧିକ ସମୟଧରି ଓ ଶ୍ରୀ ବନଶଲ ୨୭ବର୍ଷରୁ ଊଦ୍ଧ୍ୱ ଅବଧି ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।

Leave A Reply

Your email address will not be published.