ଏଣିକି ଓଡ଼ିଆ ଭାଷାରେ କୋର୍ଟରେ ପୋଲିସ ଦାଖଲ କରିପାରିବ କେସ୍ ଡାଏରୀ

0 73

ଭୁବନେଶ୍ୱର : ଏଣିକି ସହଜ ହେବ ତଦନ୍ତ, ତ୍ୱରାନ୍ୱିତ ହେବ ବିଚାର ପ୍ରକ୍ରିୟା । ଅଦାଲତରେ କେସ୍ ଡାଏରୀ ଠାରୁ ନେଇ ଚୂଡ଼ାନ୍ତ ଫର୍ମ ଓ ଅନ୍ୟ ତଦନ୍ତ କାଗଜପତ୍ର ଓଡ଼ିଆ ଭାଷାରେ ଦାଖଲ କରିପାରିବ ପୋଲିସ । ପୂର୍ବରୁ କେବଳ ଇଂରାଜୀ ଭାଷାରେ କେସ୍ ଡାଏରୀ ଦାଖଲ କରୁଥିଲେ ତଦନ୍ତକାରୀ ଅଧିକାରୀ । ଏବେ ଓଡ଼ିଆ ଭାଷାରେ କେସ୍ ଡାଏରୀ ଦାଖଲ ନେଇ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଅଧିକାଂଶ ଅଧିକାରୀ କୌଣସି ମାମଲାକୁ ଇଂରାଜୀରେ ବର୍ଣ୍ଣନା କରିବା ବେଳେ ଭାଷାଗତ ସମସ୍ୟା ରହୁଥିଲା । ଫଳରେ କୋର୍ଟରେ ମାମଲାର ଦିଗ ଏପେଟ ସେପଟ ହେବାର ଆଶଙ୍କା ରହୁଥିଲା । ଡିଜିପିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଣିକି ପୋଲିସ ମାତୃଭାଷା ଓଡ଼ିଆରେ କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କରିପାରିବ । ପୋଲିସ ମାମଲାର ଘଟଣାକ୍ରମରୁ ନେଇ ଚୂଡ଼ାନ୍ତ ରିପୋର୍ଟ ଓଡ଼ିଆରେ କୋର୍ଟରେ ଦେଇପାରିବ । ଓଡ଼ିଆ ଭାଷା ଏବେ କୋର୍ଟରେ ବୈଧ । ବିଚାରପତି ମଧ୍ୟ ଓଡ଼ିଆ ଭାଷାରେ ଅଭିଯୁକ୍ତ ଓ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ କରୁଛନ୍ତି । କୋର୍ଟରେ ଓଡ଼ିଆରେ ତଦନ୍ତ ରିପୋର୍ଟ ଦାଖଲ ସହ ଅନ୍ଲାଇନ୍ ଏଫ୍ଆଇଆରରେ ଓଡ଼ିଆ ଭାଷା ବିକଳ୍ପ ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଅନ୍ଲାଇନ୍ ଏଫ୍ଆଇଆର୍ କପି କେବଳ ଇଂରାଜୀରେ ମିଳୁଛି ।

Leave A Reply

Your email address will not be published.