କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ, ଅର୍ଥାତ୍ ମଣିଷ ଯେବେ ରାଗ ବା କ୍ରୋଧରେ ଥାଏ ସେ କିଛି ଜାଣି ପାରିନଥାଏ । ନିଜର ନିୟନ୍ତ୍ରଣ ହରାଇ ବସିଥାଏ । ତେବେ ନୀତି ଶାସ୍ତ୍ରରେ କ୍ରୋଧକୁ ନେଇ ଅନେକ ତଥ୍ୟ ରହିଛି । ବିଭିତ୍ତ ନୀତିଶାସ୍ତ୍ରରେ କ୍ରୋଧ ଉପରେ ଅନେକ ତଥ୍ୟ ଦିଆ ଯାଇଛି କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ ଏପରି କିଛି କାର୍ଯ୍ୟ କରି ବସେ ଯାହା ନିଜପାଇଁ କ୍ଷତିକାରକ ହୋଇଥାଏ । କ୍ରୋଧଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଗୀତାର ଉପଦେଶରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କ୍ରୋଧଠାରୁ ଦୁରେଇ ରହିବ ପାଇଁ ସନ୍ଦେଶ ଦେଇଛନ୍ତି ବିଦ୍ୱାନ ମାନଙ୍କ ମତରେ ଯୋଗ୍ୟ ବ୍ୟକ୍ତି କଦାପି କ୍ରୋଧ କରି ନଥାଏ ତେବେ ଚାଲନ୍ତୁ ଜାଣିବା କ୍ରୋଧକୁ ନେଇ ଶାସ୍ତ୍ରରେ କଣ ରହିଛି ଉପଦେଶ । କ୍ରୋଧରେ ବ୍ୟକ୍ତିର ଚେତନା ଶକ୍ତି ନଷ୍ଟ ହୋଇଯାଏ ଯାହା ତା ପାଇଁ କ୍ଷତିକାରକ ଅଟେ । କ୍ରୋଧ ସମୟରେ ବ୍ୟକ୍ତିର ଏପରି କିଛି କାର୍ଯ୍ୟକଳାପ ତାକୁ ଅସୁବିଧାରେ ପକାଇଥାଏ ଯାହା ଜୀବନରେ ଉଚିତ ଶିକ୍ଷା ପାଇବା ଭଳି ହୋଇଥାଏ । ବିଦ୍ୱାନ ମାନେ କହିଛନ୍ତି ମଣିଷର ବଡ଼ ଶତ୍ରୁ ହେଉଛି କ୍ରୋଧ କାରଣ କ୍ରୋଧ ଅହଂକାରକୁ ବଢ଼ିଥାଏ । ଅହଂକାରୀ ବ୍ୟକ୍ତି ନିଜର ସର୍ବନାଶ କରିବା ସହିତ ଅନ୍ୟ ମାନଙ୍କର ମଧ୍ୟ ସର୍ବନାଶ କରେ । କ୍ରୋଧଠାରୁ ସର୍ବଦା ଦୁରେଇ ରହିବ ପାଇଁ ପ୍ରୟାସ କରିବା ଆବଶ୍ୟକ କାରଣ କ୍ରୋଧୀ ବ୍ୟକ୍ତି ଠାରୁ ସମସ୍ତେ ଦୂରତା ରଖି ସମ୍ପର୍କ ରଖନ୍ତି ।
କ୍ରୋଧ କରୁଥିବା ବ୍ୟକ୍ତିକୁ ଅନ୍ୟମାନେ ଭୟ କରିଥାନ୍ତି କାରଣ ସେ ଅନ୍ୟ ମାନଙ୍କ ଉପରେ ପ୍ରଭୁତ୍ୱ ଜାହିର କରି ଡରାଇ
ରଖିବାକୁ ଚେଷ୍ଟା କରିଥାଏ । କ୍ରୋଧକୁ ଜ୍ଞାନ, ସଂସ୍କାର ଓ ଆଧ୍ୟାତ୍ମିକ ଭାବ ଦ୍ୱାରା ଦୂର କରାଯାଇ ପାରିବ । ଯେଉଁ ବ୍ୟକ୍ତି ମାନବ ଜୀବନକୁ ଠିକରେ ଉପଯୋଗ କରି ପାରିଲା ସେଭଳି ବ୍ୟକ୍ତି କ୍ରୋଧଠାରୁ ଦୁରେଇ ରହିଥାନ୍ତି । କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ: କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଗଣନା ବା କାଉଣ୍ଟ୍ କରନ୍ତୁ । ଏହି ଭଳି ନମ୍ବର କାଉଣ୍ଟ କରିବା ଦ୍ନାରା ଆପଣଙ୍କ ହୃଦୟର ଗତି ଧୀର ହୋଇଯିବ ଏବଂ ଆପଣଙ୍କ କ୍ରୋଧ ହ୍ରାସ ପାଇବ । ରାଗ ସମୟରେ ଏକ ଦୀର୍ଘ ନିଶ୍ୱାସ ନିଅନ୍ତୁ । ନାକରୁ ଧୀର, ଗଭୀର ନିଶ୍ୱାସ ନେଇ ଏବଂ କିଛି କ୍ଷଣ ପାଇଁ ପାଟିରୁ ବାହାର କରି ସେହି ଧାରାକୁ ଓଲୋଟାଇ କରନ୍ତୁ । ଏହା ଦ୍ୱାରା ରାଗ ଆସ୍ତେ ଆସ୍ତେ କମ୍ ହୋଇଥାଏ । ରାଗ ସମୟ ପରେ ଅଳ୍ପ ସମୟ ଚୁପଚାପ୍ ରୁହନ୍ତୁ । କାହା ସହିତ କଥାବାର୍ତା ନକରି ନିଜ ମସ୍ତିଷ୍କକୁ ଥଣ୍ଡା କରନ୍ତୁ ।