ଟିଟିଲାଗଡ଼ ବ୍ଲକ ପରିସରରେ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଆୟୋଜିତ – ୬୫ ଜଣ ଦକ୍ଷତା ବିକାଶ ଟ୍ରେନିଂ ନେବାକୁ ଇଛୁକ

0 71

ଟିଟିଲାଗଡ଼ : ସଂକଳ୍ପ ପ୍ରକଳ୍ପ ଅଧିନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ସ୍ଥାନୀୟ ଟିଟିଲାଗଡ଼ ବ୍ଲକ ପରିସରରେ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ୧୮୦ ଜଣ ପ୍ରାର୍ଥୀ ଉପସ୍ଥିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୫ ଜଣ ପ୍ରାର୍ଥୀ ବିଭିନ୍ନ ପି ଆଇ ଏ ଙ୍କୁ ସରକାରଙ୍କ ମାଗଣା ଦକ୍ଷତା ବିକାଶ ଟ୍ରେନିଂ ସହ ଚାକିରି କରିବାକୁ ଇଛା ପ୍ରକାଶ କରିଥିବା ସ୍କିଲ ଡେଭଲପମେଣ୍ଟ କୋର୍ଡି ନେଟର ସେଖ କମର ଅଞ୍ଜୁମ ସୂଚନା ଦେଇଛନ୍ତି । ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନବୀନ ଚନ୍ଦ୍ର ନାୟକ, ବି ଇ ଓ ବିନୋଦ ଲାକ୍ରା, ବି ପି ଏମ ରେଗାନ୍ସ ଏକ୍କା, ବି ଏଲ୍ ସି ବିକାଶ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.