ଧରାହେବେ ନକଲି ଶିକ୍ଷକ

69

ଭୁବନେଶ୍ୱର : ନକଲି ଶିକ୍ଷକଙ୍କୁ ତ୍ରାହି ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମିଥ୍ୟା ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଧରାପଡ଼ିବେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଇଓଙ୍କୁ ଚିଠି ଲେଖିଛନ୍ତି । ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କ ବିରୋଧରେ ପ୍ରମାଣ ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଫ୍ଆଇଆର୍ ଦିଆଯିବା ସହ ·କିରିରୁ ନିବୃତ୍ତ ନେଇ ବିଭାଗୀୟ ପଦକ୍ଷେପ ନେବେ ବ୍ଲକ ଶିକ୍ଷା ଅଧିକାରୀ । ତତ୍ସହିତ ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟ୍କୁ ପ୍ରଶ୍ରୟ ଦେଇ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଯେକୌଣସି ବ୍ୟକ୍ତି କିମ୍ବା କର୍ତ୍ତୃପକ୍ଷ ନକଲି ଶିକ୍ଷକଙ୍କ ବାବଦରେ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେବେ । ଏଥିସହ ଅଭିଯୋଗ ଆସିଥିବା ଶିକ୍ଷକ ଯେଉଁ ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡ ସାର୍ଟିଫିକେଟ୍ ନିଯୁକ୍ତି ବେଳେ ଦେଇଥିଲେ ଉକ୍ତ କର୍ତ୍ତୃପକ୍ଷଙ୍କୁ ଭେରିଫିକେସନ୍ ପାଇଁ ଲେଖାଯିବ । ଏଥିପାଇଁ ସମଗ୍ର ଶିକ୍ଷାରୁ ଟଙ୍କା ଖର୍ଚ୍ଚ ହେବ । ଆବଶ୍ୟକ ସ୍ଥଳେ କିଛି ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯିବ । ଯାଞ୍ଚ ବେଳେ ସାର୍ଟିଫିକେଟ୍ ଜାଲ୍ ଜଣାପଡ଼ିଲେ ଉକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅପରାଧିକ ମାମଲା ମଧ୍ୟ ନକଲି ଶିକ୍ଷକଙ୍କ ବିରୋଧରେ ରୁଜୁ କରାଯିବ ।

Comments are closed.