ସ୍ୱତନ୍ତ୍ର ଓଜେଇଇ ପାଇଁ ଚିଠି: ଖାଲି ପଡ଼ିଛି ୬୦% ସିଟ୍

74

ଭୁବନେଶ୍ୱର : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ୍)ଖାଲି ପଡିଛି । ବି.ଟେକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ·ହିଁ ବସିଛନ୍ତି । ସିଟ୍ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ସୁଯୋଗ ଦେବା ନିମନ୍ତେ ପୁଣି ଥରେ ସ୍ୱତନ୍ତ୍ର ଓଜେଇଇ କରିବା ପାଇଁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ମହାବିଦ୍ୟାଳୟ ସଂଘ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଚିଠି ଲେଖି ଅନୁରୋଧ କରିଛି । ସଂଘର ସାଧାରଣ ସମ୍ପାଦକ ବିନୋଦ ଦାଶ କହିଛନ୍ତି, ବି.ଟେକ୍ ନାମଲେଖା ପ୍ରକ୍ରିୟାକୁ ସର୍ବୋଚ୍ଚ ନ୍ୟାୟାଳୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ଭିତରେ ବିଭାଗ ସ୍ୱତନ୍ତ୍ର ଓଜେଇଇ କରି ୩୧ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ସଂଘ ଦାବି କରିଛି । ୩ଥର କାଉନ୍ସେଲିଂ କରାଯିବା ପରେ ମଧ୍ୟ ୬୦ ପ୍ରତିଶତ ସିଟ ଖାଲି ପଡିଛି ।

ଚଳିତ ବର୍ଷ ସ୍ୱତନ୍ତ୍ର ଓଜେଇଇ ଦେବାକୁ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସିପାରିନଥିଲେ । ଦ୍ୱିତୀୟ ଲହର ପ୍ରଭାବ, ବନ୍ୟା ଏବଂ ବାତ୍ୟା ଯୋଗୁଁ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଆସିପାରିଲେ ନାହିଁ । ପରୀକ୍ଷାରୁ ବଞ୍ôଚତ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ପାଇଁ ଆଉ ଥରେ ସ୍ୱତନ୍ତ୍ର ଓଜେଇଇ କରାଯାଉ । ସ୍ୱତନ୍ତ୍ର ଓଜେଇଇ ପାଇଁ ଡିସେମ୍ବର ୨୧ରେ ବିଜ୍ଞାପନ ପ୍ରକାଶ କରି ୨୩ରୁ ୨୪ ତାରିଖ ପଞ୍ଜିକରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ସମୟ ଦିଆଯାଉ । ୨୫ରେ ଛାତ୍ରଛାତ୍ରୀ ପ୍ରବେଶ ପତ୍ର (ଆଡମିଟ କାର୍ଡ) ଡାଉନ୍ଲୋଡ୍ କରିପାରିବେ । ୨୬ ଏବଂ ୨୭ ତାରିଖରେ ପରୀକ୍ଷା କରି ୨୯ ତାରିଖରେ ଫଳ ପ୍ରକାଶ କରାଯାଇ ପାରିବ । ୩୦ ଏବଂ ୩୧ ତାରିଖ ଦୁଇଦିନ ମହାବିଦ୍ୟାଳୟ ସ୍ତରରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇ ପାରିବ । ଯଦ୍ଦ୍ୱାରା ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ଖାଲି ପଡିଥିବା ସିଟ୍ ପୂରଣ ହୋଇପାରିବ । ଛାତ୍ରଛାତ୍ରୀ ମଧ୍ୟ ବି.ଟେକ ପାଠ ପଢିପାରିବେ ବୋଲି ସଂଘ ବିଭାଗ ପାଖରେ ଦାବି ଉପସ୍ଥାପନ କରିଛି ।

Comments are closed.