ରାଜ୍ୟ ସରକାର ପୁଣି ଥରେ ଦେବେ କୋଭିଡ ସହାୟତା

0 74

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି। ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି ।  ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (BSKY)କୁ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । ଯଦି ବିଏସକେୱାଇ କାର୍ଡ ନ ଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ(SFSS) କୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ ଘୋଷଣା ବୋଲି ଜଣାଯାଇଛି। ଏହା ସହ ଆଗାମୀ ୭ ଦିନ ମଧ୍ୟରେ ଏହାକୁ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.