ହସ୍ପିଟାଲରେ କେମିତି ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ସୁବିଧା

0 69

ଭୁବନେଶ୍ୱର: ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟରେ ସ୍ମାର୍ଟକାର୍ଡ ବଣ୍ଟନ କରୁଛନ୍ତି । ଏହି ସ୍ମାର୍ଟ କାର୍ଡ ଜରିଆରେ ରାଜ୍ୟର ଅନେକ ଗରିବ ପରିବାରର ଲୋକ ଉପକୃତ ହୋଇପାରିବେ । କିନ୍ତୁ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଏହି କାର୍ଡକୁ ଜଣେ ହିତାଧିକାରୀ କେମିତି ବ୍ୟବହାର କରିବେ ? ହସ୍ପିଟାଲରେ କାହାକୁ କାର୍ଡ ଦେଖାଇବେ ହିତାଧିକାରୀ ? ଏଥିପାଇଁ କୌଣସି ଟଙ୍କା ହାତରୁ ଖର୍ଚ୍ଚ କରିବାକୁ ପଡିବ କି? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର । ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ ହେଲଥ କାର୍ଡ ଥିଲେ ହିତାଧିକାରୀଙ୍କୁ କୌଣସି ହଇରାଣ ହେବାକୁ ପଡିବ ନାହିଁ । କୌଣସି କାଗଜପତ୍ରର ଆବଶ୍ୟକତା ରହିବ ନାହିଁ । କାର୍ଡକୁ କେବଳ ସ୍ୱାଇପ କଲେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ମିଳିଯିବ । ପ୍ରତି ପ୍ରାଇଭେଟ୍ ହସ୍ପିଟାଲରେ ପିଓଏସ୍ ମେସିନ ଲଗାଯାଇଛି । ଯେଉଁଥିରେ କାର୍ଡକୁ ଗୋଟିଏ ଥର ସ୍ୱାଇପ କଲେ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବେ ସରକାର । ୯୬ ଲକ୍ଷ ୩୦ ହଜାର ୫୪୧ ପରିବାରକୁ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଛି । ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରଖାଯାଇଛି । କୌଣସି ଅସୁବିଧା ଜଣାଇବା ପାଇଁ କଲ କରିବାକୁ ନମ୍ବର ଦିଆଯାଇଛି । ତେଣୁ ହସ୍ପିଟାଲରେ କୌଣସି ପ୍ରକାର ସମସ୍ୟାରେ ରୋଗୀ ପଡିବେନି ।

Leave A Reply

Your email address will not be published.