ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି

0 69

ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର

କଟକ ୨୨।୧୨: ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି । ରାଜ୍ୟ ସରକାର ଏନେଇ ହାଇକୋର୍ଟଙ୍କୁ ଜଣାଇଲେ । ସାନି ତାଲିକା ପ୍ରକାଶ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଲେ ସରକାର । ଖବର ଅନୁଯାୟୀ, ପଞ୍ଚାୟତ ସଂରକ୍ଷଣ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ସଂଶୋଧନ ପରେ ସାନି ତାଲିକା ପ୍ରକାଶ କରିବାକୁ କୋର୍ଟଙ୍କୁ ଜଣାଇଛନ୍ତି ସରକାର । ଏହାସହିତ ସଂରକ୍ଷଣ ନେଇ ଆସନ୍ତା ୨୭ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜାନୁଆରୀ ୩ ସୁଦ୍ଧା ସମସ୍ତ ଆପତ୍ତି ଏବଂ ଅଭିଯୋଗରେ ଶୁଣାଣି ହେବ ।  ଜାନୁଆରୀ ୭ ସୁଦ୍ଧା ନିର୍ବାଚନ ଆୟୁକ୍ତଙ୍କୁ ସାନି ତାଲିକ ଦେବେ ରାଜ୍ୟ ସରକାର ।

Leave A Reply

Your email address will not be published.