ରାଜ୍ୟରେ ୨ ନାବାଳିକା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

0 65

ଭୁବନେଶ୍ୱର : ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ୨୧ ତାରିଖରେ ରାଜ୍ୟରେ ପ୍ରଥମେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ବାହାରିଛନ୍ତି।  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଆଉ ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆକ୍ରାନ୍ତ ଦ୍ୱୟ ନାବାଳିକା ଓ ସେମାନେ ଦୁଇ ଭଉଣୀ। ଜଣଙ୍କୁ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୧୫ ବର୍ଷର। ଗତ ୧୩ ତାରିଖରେ  ସେମାନେ ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିଲେ। ତେବେ ସେମାନଙ୍କ ବାପାମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ରାଜ୍ୟରେ ପୂର୍ବରୁ ଚିହ୍ନଟ ୨ ଓମିକ୍ରନ ଆକ୍ରାନ୍ତ ଯଥାକ୍ରମେ ନାଇଜେରିଆ ଓ କତାରରୁ ଫେରିଥିଲେ।  ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟେଷ୍ଟିଂକୁ ବଢ଼ାଯିବା ସହ ଟିକାକରଣକୁ ଜୋରଦାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଦୈନିକ କୋଭିଡ ଟେଷ୍ଟିଂ ୭୦ ହଜାରକୁ ବୃଦ୍ଧି କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି  । ଏଥିସହ ୨୦୨୨ ଜାନୁଆରୀ ୧୫ ସୁଦ୍ଧା ଟିକାକରଣ ଶତ ପ୍ରତିଶତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗ୍ରାମୱାରୀ ଟିକାକରଣ ସୂଚୀ ଆଗୁଆ ଗାଁଗୁଡ଼ିକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ଋଣନୀତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୬ଟା ୩୦ରେ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ,  ଏଯାବତ୍ ଦେଶରେ ୨୩୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪ଜଣ ଆରୋଗ୍ୟ ହୋଇସାରିଛନ୍ତି।

Leave A Reply

Your email address will not be published.