ଢ଼ିଙ୍କିଆ ପ୍ରବେଶ ପଥ କାଟିଲେ ଆନ୍ଦୋଳନକାରି

0 63

ପାରାଦୀପ : ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆଗ୍ରାମକୁ ପ୍ରବେଶ କରିବାକୁ ଥିବା ମୁଖ୍ୟ ରାସ୍ତା କାଟିଲେ ଗ୍ରାମର  ଆନ୍ଦୋଳନ କାରି ଶତାଧିକ ମହିଳା ପୁରୁଷ l ଢ଼ିଙ୍କିଆ ପାଟଣା ରାସ୍ତାକୁ କାଟିବା ସହିତ ଗ୍ରାମ ମଝି ରାସ୍ତାରେ ବିରାଟ ବିରାଟ କାଠ ଗଣ୍ଡି ପକାଇ ସମ୍ପୂର୍ଣ ରାସ୍ତା ଅବରୋଧ କରିଛନ୍ତି l ଅନ୍ୟପଟେ ଆଜି ଗୋବିନ୍ଦପୁର ଗ୍ରାମବାସୀ ମାନଙ୍କର ଥିବା ବିଭିନ୍ନ ସମସ୍ୟା ନେଇ ପାରାଦୀପ ସର୍କିଟ ହାଉସ ରେ ଏସପି ଙ୍କୁ ଭେଟି ଗ୍ରାମବାସୀ ମାନଙ୍କର ବିଭିନ୍ନ ଦାବି ନେଇ ଆଲୋଚନା କରିଥିଲେ ,ଯାହା ସଫଳ ହୋଇଥିବା ନେଇ ଏସପି ଅଖିଳେଶ୍ୱର ସିଂ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଙ୍କ ସହିତ ଆଲୋଚନା କରାଯାଇ ବିଭିନ୍ନ ସମସ୍ୟା ର ସମାଧାନ କରାଯିବା ନେଇ ଆଲୋଚନା ସଫଳ ହୋଇଛି l ଗୋଟିଏ ପଟେ ଗୋବିନ୍ଦପୁର ଗ୍ରାମବାସୀ ଏସପି ଙ୍କୁ ଭେଟି ଆଲୋଚନା କରୁଥିବା ବେଳେ ଢ଼ିଙ୍କିଆ ଗ୍ରାମର ପୁରୁଷ, ମହିଳା ମିଳିତଭାବରେ ଢ଼ିଙ୍କିଆ ପାଟଣା ରାସ୍ତା କୁ ଖୋଳିବା ସହିତ ଢ଼ିଙ୍କିଆ ଗ୍ରାମ କୁ ଯିବାର ରାସ୍ତା ବନ୍ଦ କରିଦେଇଛନ୍ତି l ଏହି ରାସ୍ତା  କାଟିବା ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଏସପି ପ୍ରକାଶ କରିବା ସହିତ ଯେପରି ଭାବରେ ଢ଼ିଙ୍କିଆ ଗ୍ରାମରେ ପ୍ରକଳ୍ପ କୁ ବିରୋଧ ଆନ୍ଦୋଳନ ରେ ଶିଶୁ ଙ୍କୁ ସାମିଲ କରାଯିବା କୁ ନେଇ ଯେପରି ଭାବରେ କୋମଳମତି ଶିଶୁ ମାନଙ୍କ ଜୀବନ ସହିତ ଖେଳାଯାଉଛି ଏହାକୁ ଏସପି ଘୋର ନିନ୍ଦା କରିଛନ୍ତି l

Leave A Reply

Your email address will not be published.