ଗଜପତିର ଖାରିଗୁମ୍ମା ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

0 55

ପାରଳାଖେମୁଣ୍ଡି, ୨୯ା୧୨ : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଦୁର୍ଗମାଞ୍ଚଳରେ ମୌଳିକ ସୁବିଧା ତଥା ପାନୀୟ ଜଳ ଓ ରାସ୍ତାଘାଟର ସୁବିଧା ହୋଇପାରିନାହିଁ । ନେତା ଓ ପ୍ରଶାସନର ମାଳ ମାଳ କଥା କୌଣସି କାମରେ ଆସୁନାହିଁ । ମୌଳିକ ସୁବିଧାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟି ଚାଲିଛନ୍ତି । ପ୍ରକୃତ ପକ୍ଷେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଦୁର୍ଗମାଞ୍ଚଳକୁ ଗସ୍ତ କଲେ ବାସ୍ତବ ଚିତ୍ର ଦେଖିବାକୁ ମିଳୁଛି । ଏପରି ଏକ ଗ୍ରାମ ଗଜପତି ଜିଲ୍ଲା ମୋହନା ବ୍ଲକ ବଡସିନ୍ଧବା ପଞ୍ଚାୟତ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମବାସୀ ପିଇବା ପାଣି ଓ ରାସ୍ତା ନିର୍ମାଣ ନ ହେଲେ ଆଗାମୀ ପଞ୍ଚାୟତ ନିର୍ବଚନକୁ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଗ୍ରାମବାସୀ ଜଣାଇଛନ୍ତି ଯେ ଗ୍ରମରେ ପ୍ରାୟ ୨ଶହରୁ ଉର୍ଦ୍ଧ ଲୋକେ ଦୀର୍ଘ ଦିନ ଧରି ରାସ୍ତା ଓ ପାନୀୟ ଜଳର କଷ୍ଟ ଅନୁଭବ କରି ଆସୁଛନ୍ତି । ଏ ସମ୍ପର୍କରେ ପୂର୍ବତନ ଜିଲ୍ଲାପାଳ, ବିଡିଓ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଛନ୍ତି । ପ୍ରଶାସନ ସେମାନଙ୍କୁ କିଛି ଦିନ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଭିନ୍ନ ସମୟରେ ପ୍ରତିଶୃତି ମଧ୍ୟ ଦେଇ ଆସୁଛନ୍ତି । ହେଲେ ପ୍ରତିଶୃତି ପାଣିର ଗାର ସଦୃଶ୍ୟ ସମାନ । ଗ୍ରାମକୁ ଯାଇଥିବା ରାସ୍ତା ଉପର ୩ଗୋଟି ପଞ୍ଚାୟତ ଯଥା ବାଘମାରି, ବଡସିନ୍ଧବା ଓ ଯୁବ ପଞ୍ଚାୟତର ୨୦ରୁ୨୫ ଗ୍ରାମର ଶହ ଶହ ଲୋକେ ରାତି ପାହିଲେ ବିଭିନ୍ନ କାମରେ ଯାତାୟତ କରିଥାନ୍ତି । କିନ୍ତୁ ଖାରିଗୁମ୍ମା ଗ୍ରାମ ଠାରୁ ବ୍ଲକ ମହକୁମା ମୋହନାକୁ ସଂଯୋଗ କରୁଥିବା ରାସ୍ତାର ଖାରିଗୁମ୍ମା ଠାରୁ ହୁଣ୍ଡିପଦର ୨କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ରୋଗୀ ଓ ପ୍ରସୂତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା କଷ୍ଟକର ହୋଇପଡୁଛି । ସେହିଭଳି ଗ୍ରାମରେ ରହିଥିବା ୪ଗୋଟି ସାହିରେ ୪ଟି ନଳକୂପ ରହିଛି । ଯାହାକି ଖରାଦିନେ ଜଳସ୍ତର କମିବା ଫଳରେ ପାନୀୟ ଜଳ ଠିକ ଭାବେ ପାଇବାସମ୍ଭପର ହୋଇପାରୁନି । ନଳକୂପରୁ ଜଙ୍ଗଯୁକ୍ତ ଓ ଦୂଷିତ ଜଳ ବାହାରୁଛି । ସେହି ଜଳ ପିଇ ଲୋକେ ବିଭିନ୍ନ ସମୟରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏଣୁ ପାନୀୟ ଜଳ ଓ ରାସ୍ତା ସମସ୍ୟାର ତୁରନ୍ତ ସମାଧାନ ନ କରିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେବା ସହ ବ୍ଲକ ଘେରାଉ କରାଯିବ ବୋଲି ଲିଖିତ ଅଭିଯୋଗ ମୋହନା ବିଡିଓ ତପସ୍ୱିନୀ ହାସଁଦାଙ୍କୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.