ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟରେ ଚାଲିଲା ଏସି ବସ୍‌ ସଫାରୀ

0 72

ବାରଙ୍ଗ ୨୯।୧୨: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଚାଲିଲା ଏସି ବସ୍‌ ସଫାରୀ । ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ସଫାରୀ ବସ୍‌ରେ ଚନ୍ଦକା ଜଙ୍ଗଲ ବୁଲିବା ସହ ଡେରାସ ଡ୍ୟାମ୍‌ ମଧ୍ୟ ବୁଲିବା ମଜା ଉଠାଇପାରିବେ ପର୍ଯ୍ୟଟକ । ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟରେ ଚାଲିଲା ଏସି ବସ୍‌ ସଫାରୀ । ପ୍ରଥମ ଥର ପାଇଁ ୧୩ ସିଟ୍‌ ରହିଥିବା ୪-ଟି ଶୀତତାପ ନିୟନ୍ତ୍ରିତ ବସ୍‌ ଆରମ୍ଭ ହୋଇଛି । ଏହି ବସ୍‌ ଯୋଗେ ଚନ୍ଦକା ଜଙ୍ଗଲ ମଝିରେ ଥିବା ଅମ୍ବିଲୋ, କୁମାର ଖୁଣ୍ଟି, ୱାଚ ଟାୱାର, ଡେରାସ ଡ୍ୟାମ ଆଦି ବିଭିନ୍ନ ପ୍ରାକୃତିକ ପରିବେଶ ବୁଲି ପାରିବେ । ପୂର୍ବରୁ ଓପନ ସଫାରୀ ବସ୍ ୮ ଟି ଚାଲୁଥିବା ବେଳେ ଆଜିଠାରୁ ଆଉ ୪ ଟି ଏସି ସଫାରୀ ବସ୍ ଚାଲିଛି । ପଯ୍ୟଟକମାନେ ଏଥିରେ ଜଙ୍ଗଲ ବୁଲିବା ସହ ଜୀବଜନ୍ତୁ ଦେଖିବାର ନିଆରା ମଜା ଉଠାଇବେ । ଏହି କାର୍ଯ୍ୟକ୍ରମରେ ପିସିସିଫ ଶଶୀ ପଲ, ନନ୍ଦନକାନନ ନିର୍ଦେଶକ ମନୋଜ ନାୟର, ଚନ୍ଦକା ଅଭୟାରଣ୍ୟ ଡ଼ିଏଫଓ, ଏସିଏଫଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.