ଫିକା ପଡ଼ିବ ନୂଆ ବର୍ଷ ସେଲିବ୍ରେଶନ

0 64

ଭୁବନେଶ୍ୱର : ରାତି ପାହିଲେ ନୂଆ ବର୍ଷ। ହେଲେ ନା ହୋଇପାରିବ ଜିରୋ ନାଇଟ ସେଲିବ୍ରେଶନ ନା ନୂଆ ବର୍ଷରେ ଜମିବ ଆସର । କେବଳ ଘରେ ରହି ନୂଆ ବର୍ଷ ପାଳିବାକୁ କହି ସବୁ ସେଲିବ୍ରେଶନ ଉପରେ କଟକଣା ଲଗାଇଦେଲେ ସରକାର। ତେଣୁ  ଗତଥର ପରି ଏଥର ବି ନୂଆ ବର୍ଷ ପାଳନ ଫିକା ପଡ଼ିଯିବ ଭାବି ନିରାଶ ହୋଇପଡ଼ିଛନ୍ତି ଯୁବ ଗୋଷ୍ଠୀ । ସମଗ୍ର ଦେଶ ତଥା ରାଜ୍ୟରେ ସତର୍କ ଘଣ୍ଟି ବଜାଇଲାଣି ଓମିକ୍ରନ୍‌ । ଏପରିକି ଆଖି ପିଛୁଳାକେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା  । ଏହାବାଦ ରାତି ପାହିଲେ ନୂଆ ବର୍ଷ ଥିବାରୁ ସେଲିବ୍ରେଶନ ମୁଡରେ ଅଛନ୍ତି ଲୋକେ। ହେଲେ ଏଥିରେ ବ୍ରେକ୍‌ ଲଗାଇଛନ୍ତି ରାଜ୍ୟ ସରକାର । ପବ୍, ବାର୍, ରେସ୍ତୋରାଁରେ ନୂଆବର୍ଷ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା । ଏହି ସମୟରେ ଭୁବନେଶ୍ୱର ମହାନଗର  ନିଗମ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯିବ । ଲୋକଙ୍କୁ ସତର୍କ କରିବା ସହ ଅମାନିଆଙ୍କ ଉପରେ ତଣ୍ଡ ଲଗାଯିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଉଲଘଂନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି  କହିଛନ୍ତି ବିଏମ୍‌ସି କମିଶନର । ସେହିପରି ରାଉରକେଲା ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁରେ କଡ଼ା ପହରା ଦିଆଯାଇଛି । ଲୋକେ ଯେପରି ରାତିରେ ସେଲିବ୍ରେସନ୍ କରିବେନି, କରୋନା କଟକଣା ପାଳନ କରିବେ ସେ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ସହରର ବିଭିନ୍ନ ପିକନିକ୍ ସ୍ପଟ୍‌ରେ ପୁଲିସ୍ ପଇନ୍ତରା ମାରୁଛି । ପର୍ଯ୍ୟଟନ ସ୍ଥଳିରେ କଟକଣା ଲାଗିବା ପରେ ଏବେ ନିରାଶ ପର୍ଯ୍ୟଟକ ।  ବହୁ ଦୂରଦୂରାନ୍ତରୁ ନୂର ବର୍ଷ ମନାଇବାକୁ ଆସିଥଲେ ବି ଭୋଜିଭାତ କରିନପାରିବାରୁ ନିରାଶ ହୋଇଛନ୍ତି ।

Leave A Reply

Your email address will not be published.