ଗଜପତି ଜିଲ୍ଲା ଟାଇକୋଣ୍ଡ ଏସୋସେଶିୟାନକୁ ମିଳିଛି ବଡସଫଳତା

0 79

ପାରଳାଖେମୁଣ୍ଡି : ବ୍ରହ୍ମପୁର ଠାରେ ଆୟୋଜୀତ ଓପେନ ଟାଇକୋଣ୍ଡ ଚାମ୍ପୀୟନସିପରେ ଜିଲ୍ଲା ଟାଇକୋଣ୍ଡ ଏସୋସେସୀୟାନଙ୍କୁ ୧୦୪ଟି ପଦକ ହାସଲ ହୋଇଛି । ଏଥିରେ ଗଜପତି ଜିଲ୍ଲାର ୬୧ଜଣ ପୁଅ ଓ ୨୯ଝିଅ ସମୁଦାୟ ୯୦ଜଣ ଭାଗ ନେଇଥିବା ବେଳେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ସହରୁ ଉଦ୍ଦ ଖେଳାଳୀ ଭାଗ ନେଇଥିଲେ । କିନ୍ତୁ ଗଜପତି ଜିଲ୍ଲାର ଖେଳାଳୀ ମାନେ ଉଚ୍ଚକୋଟୀର ଖେଳ ପ୍ରର୍ଦଶନ କରି ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରେ ଶ୍ରେଷ୍ଠ ହେବା ସହ ଚାମ୍ପିଆନସିପ ବିଜୟ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ପାଇରିଙ୍ଗ ଓ ପୁମସେ ଦୁଇପ୍ରକାର ଖେଳ ହୋଇଥିଲା ଯେଉଁଥିରେ ଗଜପତି ଜିଲ୍ଲାର ଝିଅ ମାନେ ୩୭ଟି ମେଡେଲ ପାଇଥିବା ବେଳେ ପୁଅ ମାନେ ୬୭ଟି ମେଡେଲ ହାସଲ କରିଛନ୍ତି । ସେଥିରୁ ସ୍ୱର୍ଣ୍ଣ ୩୮, ରୌପ୍ୟ ୩୬ ଓ କାଂସ୍ୟ ୩୦ଟି ରହିଛି । ଯାହାକୁ ନେଇ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଏକ ବିଜୟ ଶୋଭାଯାତ୍ରା ଏସୋସେସୀୟାନ ପକ୍ଷରୁ ଆୟୋଜୀତ ହେବା ସହ ଟାଇକୋଣ୍ଡ ସମରକଳା କେବଳ ଗୋଟିଏ କ୍ରୀଡା ନୁହେଁ ଏହା ଉତ୍ତମ ସ୍ୱାସ୍ଥ୍ୟ ଗଠନ ସହ ସମର ବିଦ୍ୟା ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସେପଟେ କୃତିତ୍ୱ ହାସଲ କରିଥିବା ଖେଳାଳି ସେମାନଙ୍କ ମନୋବଳ କେତେ ଦୃଢ ହୋଇଛି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି

Leave A Reply

Your email address will not be published.