ମଧ୍ୟାହ୍ନଭୋଜନ ଓ ସ୍କୁଲ ଉନ୍ନତିକରଣରେ ଦୁର୍ନୀତି ନେଇ ଶିକ୍ଷକ ନିଲମ୍ବିତ

0 84

ପାରଳାଖେମୁଣ୍ଡି, ୦୩ା୦୧ : ଗଜପତି ଜିଲ୍ଲା ମୋହନା ବ୍ଲକର ଏକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା, ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ଏବଂ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପ୍ରଦାନରେ ଦୁର୍ନୀତି ଓ ଅର୍ଥତୋଷାରପାତ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ,ଗଜପତି ଜିଲ୍ଲାର ମୋହନା ବ୍ଲକ କେଶରା ଗ୍ରାମରେ ଥିବା ସ୍କୁଲରେ ତତ୍କାଳୀନ ପ୍ରଧାନଶିକ୍ଷକ ରମାକାନ୍ତ ନାୟକଙ୍କ ନାମରେ ମଧ୍ୟାହ୍ନଭୋଜନ ଯୋଜନା,ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ଏବଂ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପ୍ରଦାନରେ ଦୁର୍ନୀତି ଓ ଅର୍ଥତୋଷାରପାତ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ପରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଗୁଲୁବା ଗ୍ରାମରେ ଥିବା ସ୍କୁଲରେ କାର୍ଯ୍ୟରତ ତଥା ତତ୍କାଳୀନ କେଶରା ସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ନାୟକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.