ମେରାଇନ ଡ୍ରାଇଭରେ କାର ଦୂର୍ଘଟଣା: ୧ମୃତ,୩ଗୁରୁତର

0 73


କୋଣାର୍କ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଏକ କାର ଦୂର୍ଘଟଣା ହୋଇ ୪ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି । କଟକରୁ ଏକ କାର (ଓଆର୦୨ଏଏନ-୦୦୭୭)ରେ ୫ଜଣ ପର୍ଯ୍ୟଟକ କୋଣାର୍କ ବୁଲିବା ପାଇଁ ଆସିଥିଲେ । ରବିବାର ରାତି ୮ଟା ସମୟରେ ଚନ୍ଦ୍ରଭାଗା ବଜାରରୁ ପୁରୀ ଅଭିମୁଖେ ଦୃତ ଗତିରେ ଯାଉଥିବାବେଳେ ଚନ୍ଦ୍ରଭାଗା ମେରାଇନ ଥାନା ନିକଟରେ କାରଟି ଦୂର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । କାରଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା । ଫଳରେ ଏଥିରେ ବସିଥିବା ୫ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ । ସଂଗେସଂଗେ ଆମ୍ବୁଲାନ୍ସରେ ଗୁରୁତର ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା । କାର ଚାଳକ ପିୟବ୍ରତ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଗୁରୁତର ଆହତମାନେ ଚିକିତ୍ସାଧିନ ଅଛନ୍ତି । ଘଟଣାସ୍ତଳରେ କୋଣାର୍କ ପୁଲିସ ପହଂଚି ଦୂର୍ଘଟଣାଗ୍ରସ୍ତ କାରକୁ ଜବତ କରଛି । ଏ ସଂପର୍କରେ କୋଣାର୍କ ଥାନା ଆଇଆଇସି ରଂଜନ କୁମାର ମଲ୍ଲିକଙ୍କୁ ପଚାରିବାରୁ ଦୂର୍ଘଟଣା ଘଟାଇଥିବା କାରକୁ ଜବତ କରାଯଇଥିବାବେଳେ ଏକ ଟୀମ ପୁରୀ ପଠାଯାଇଥିବା କହିଥିଲେ । (ଫଟୋ )

Leave A Reply

Your email address will not be published.