ଜଟଣୀ ନାଇଜର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

0 74

ଜଟଣୀ ୦୪।୦୧: ଡରାଇଲାଣି କରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଛି । ଏହିକ୍ରମରେ ମଙ୍ଗଳବାର ଜଟଣୀ ସ୍ଥିତ ନାଇଜରରୁ ମାତ୍ରାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖବର ଅନୁଯାୟୀ, ଜଟଣୀ ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ରହିଥିବା ଜଣାପଡିଛି । ସମସ୍ତଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖଯାଇଛି । ଆବଶ୍ୟକ ଦେଖି ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ । ସେପଟେ ନାଇଜରରୁ ଏତେ ପରିମାଣର ପଜିଟିଭ୍‌ ଚିହ୍ନଟ ପରେ ଆକ୍ସନକୁ ଆସିଛି ପ୍ରଶାସନ । କ୍ୟାମ୍ପସକୁ ସାନିଟାଇଜ୍‌ କରିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜଟଣୀ ମ୍ୟୁନିସିପାଲିଟି । ଏହି ସମୟରେ ବାହାରର କୌଣସି ବ୍ୟକ୍ତି କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବ ନାହିଁ କି କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବ ନାହିଁ । ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ସମସ୍ତ ସବୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।

messenger sharing button
whatsapp sharing button
sharethis sharing button

ଜଟଣୀ ୦୪।୦୧: ଡରାଇଲାଣି କରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଛି । ଏହିକ୍ରମରେ ମଙ୍ଗଳବାର ଜଟଣୀ ସ୍ଥିତ ନାଇଜରରୁ ମାତ୍ରାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖବର ଅନୁଯାୟୀ, ଜଟଣୀ ନାଇଜରରୁ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ରହିଥିବା ଜଣାପଡିଛି । ସମସ୍ତଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖଯାଇଛି । ଆବଶ୍ୟକ ଦେଖି ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ ।

ସେପଟେ ନାଇଜରରୁ ଏତେ ପରିମାଣର ପଜିଟିଭ୍‌ ଚିହ୍ନଟ ପରେ ଆକ୍ସନକୁ ଆସିଛି ପ୍ରଶାସନ । କ୍ୟାମ୍ପସକୁ ସାନିଟାଇଜ୍‌ କରିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜଟଣୀ ମ୍ୟୁନିସିପାଲିଟି । ଏହି ସମୟରେ ବାହାରର କୌଣସି ବ୍ୟକ୍ତି କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବ ନାହିଁ କି କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବ ନାହିଁ । ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ସମସ୍ତ ସବୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.