କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଭୁବନେଶ୍ବର ଡିସିପି ଅଫିସ୍

0 73

ଭୁବନେଶ୍ବର ୪।୧: କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଭୁବନେଶ୍ବର ଡିସିପି ଅଫିସ୍ । ଭୁବନେଶ୍ବର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍‌କୁ ସିଲ୍ କରିଛନ୍ତି । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେଇଛି ବିଏମସି । ସଂକ୍ରମଣ ରୋକିବା ଲାଗି ଡିସିପି ଅଫିସକୁ ସିଲ୍ କରିଛି ବିଏମସି । ସାଧାରଣ ଲୋକଙ୍କୁ ଡିସିପି ଅଫିସ୍‌ ଯିବା ଲାଗି ବାରଣ କରାଯାଇଛି ।

Leave A Reply

Your email address will not be published.