ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଜଣେ ଗିରଫ

0 67

ପାରଳାଖେମୁଣ୍ଡି, ୪ା୧ : ଗଜପତି ଜିଲ୍ଲା ଅନ୍ତର୍ଗତ ସେରଙ୍ଗ ଥାନାର ଶୁଖେଇ ଗ୍ରାମର ଜଣେ ୨୫ ବର୍ଷ ବିବାହିତା ମହିଳାଙ୍କୁ ଦୁଷ୍କର୍ମର ଶୀକାର ହୋଇଥିବାର ଜଣାପଡିଛି । ଏନେଇ ସେରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଯୁବକ ଜଣକ ହଉଛନ୍ତି ସେହି ଗ୍ରାମର ଇନିଏଲ୍ ଗମାଙ୍ଗ (୨୭) ୨୦୨୨ ନୂତନ ବର୍ଷ ପାଳନ ଅବସର ପହିଲା ଦିନ ରାତି ପ୍ରାୟ ୯ଘଣ୍ଟା ସମୟରେ ମହିଳା ଜଣଙ୍କ ନିଜ ଘରେ ଥିଲେ । ଠିକ ସେହି ସମୟରେ ଯୁବକ ଜଣକ ତାଙ୍କ ଘରେ ପ୍ରବେଶ କରି ଦୁଷ୍କର୍ମ କରିଥିଲେ । ତାପର ଦିନ ଯଥା ୦୨.୦୧.୨୦୨୨ ତାରିଖରେ ଥାନାରେ ନିଜେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ସେରଙ୍ଗ ଥାନାରେ ୦୧/୨୨ରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଘଟଣାର ତଦନ୍ତ କରି ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.