ବନ୍ଦ ହେଲା ଭୁବନେଶ୍ବର ମାର୍କେଟ୍ ବିଲଡିଂ

0 73

ଭୁବନେଶ୍ବର ୪।୧: ବନ୍ଦ ହେଲା ମାର୍କେଟ୍ ବିଲଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ବନ୍ଦ ହୋଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ । ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପ୍ରତିବାଦରେ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ପକ୍ଷରୁ ମାର୍କେଟ୍ ବିଲଡିଂରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ମାର୍କେଟ୍ ବିଲଡିଂରୁ ଉଠା ଦୋକାନୀଙ୍କୁ ନଉଠାଇବା ପର୍ଯ୍ୟନ୍ତ ମାର୍କେଟ୍ ବିଲଡିଂ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମସି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଛନ୍ତି । ଏ ନେଇ ବୁଧବାର ବିଏମସିରେ ଏକ ବୈଠକ ହେବ । ବୈଠକରେ ଉଠାଦୋକାନୀଙ୍କ ଉଠାଯିବ ନା ନାହିଁ ସେନେଇ ଆଲୋଚନା ହେବ । ସୂଚନା ଦେଲେ ବିଏମସି ସାଉଥ ଜୋନ୍ ଜେଡିସି ।

Leave A Reply

Your email address will not be published.