ମଦଭାଟି ବନ୍ଦ ଦାବିରେ ତାତିଲେ ମହିଳା, ଥାନାରେ ଦେଲେ ଧାରଣା

0 63

ବୌଦ୍ଧ : ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ତାଳସରଡା ପଞ୍ଚାୟତ ଅନ୍ତର୍ଗତ ବସ୍ତମପୁର ଗ୍ରାମର ମହିଳା ତ୍ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଗ୍ରାମରୁ କୁଚିଆ ମଦ ବିକ୍ରି ପ୍ରତିବାଦରେ ବାଉଁଶଣୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଗ୍ରାମର ଦୁଇଜଣ ବ୍ୟକ୍ତି କୁଚିଆମଦ ବିକ୍ରୟ କରୁଥିବାବେଳେ ଗ୍ରାମରେ ନାନାଦି ବିଶୃ୍ଙ୍ଖଳା ସୃଷ୍ଟି ହେଉଥିବା ଓ ଅନେକ ଅଳ୍ପ ବୟସର ପିଲାମାନେ ମଧ୍ୟ ମଦ୍ୟପାନ କରୁଥିବା ଯୋଗୁଁ ଗ୍ରାମରେ ତୁରନ୍ତ କୁଚିଆ ମଦ ବିକ୍ରୟ ବନ୍ଦ କରାଯିବାକୁ ମହିଳାମାନେ ଦାବି କରିଥିଲେ । ସୂଚନା ମୁତାବକ ଦୁଇଦିନ ପୂର୍ବରୁ କୁଚିଆ ମଦ ବିକ୍ରୟ କରୁଥିବା ବ୍ୟକ୍ତିିମାନଙ୍କୁ ମହିଳାମାନେ ଡାକି ଗ୍ରାମରେ ମଦ ବ୍ୟବସାୟ ନକରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଅବକାରୀ ବିଭାଗର କର୍ମଚାରୀଙ୍କ ଛତ୍ରଛାୟା ତଳେ ଏହି ବ୍ୟବସାୟ ଚଳାଇଥିବାରୁ ସେମାନଙ୍କର କିଛି ହେବନାହିଁ ବୋଲି ସେମାନେ ମହିଳାମାନଙ୍କ ଅନୁରୋଧକୁ ବେଖାତିର କରିଥିଲେ । ତେଣୁ ମହିଳାମାନେ ଏକଜୁଟ ହୋଇ ବାଉଁଶୁଣୀ ଥାନା ସମ୍ମୁଖରେ ଧାରଣା ଦେବା ସହିତ ତୁରନ୍ତ ଗ୍ରାମରେ ବେଆଇନ ମଦ ବ୍ୟବସାୟ ବନ୍ଦ କରିବାକୁ ଦାବି କରିଛନ୍ତି । ଯଦି ପୋଲିସ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତେବେ ସେମାନେ ଆଇନ ହାତକୁ ନେବାକୁ ବାଧ୍ୟ ହେବେ ମହିଳାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.