୮୨୮୧ ଜଣ ଛାତ୍ରଛାତ୍ରୀ ଗଜପତିରେ ୧୦ମ ଶ୍ରେଣୀ ଦେଲେ ପରୀକ୍ଷା

0 82

ପାରଳାଖେମୁଣ୍ଡି, ୫ା୧ -ସମଗ୍ର ଗଜପତି ଜିଲ୍ଲାରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୧୦ମ ଶ୍ରେଣିର ଏସ୍ଏ-୧ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ୪ଦିନ ପାଇଁ ଚାଲୁ ରହିବ । ଗଜପତି ଜିଲ୍ଲାରେ ମୋଟ ୩୫ଗୋଟି ପରୀକ୍ଷା କେନ୍ଦ୍ରରେ ଏହି ୧୦ମ ଶ୍ରେଣିର ଏସ୍ଏ-୧ ପରୀକ୍ଷାରେ ସମଗ୍ର ଜିଲ୍ଲାରୁ ମୋଟ ୮୨୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହି ପରିକ୍ଷା ପରିଚାଳନା ପାଇଁ ୪ଗୋଟି ନୋଡାଲ ସେଣ୍ଟର ଖୋଲାଯାଇଛି । ପାରଳାଖେମୁଣ୍ଡି ମହାରାଜା ହାଇସ୍କୁଲର ପ୍ରଧାନଶିକ୍ଷକ ବୃଷକେତୁ ଦାସ କହିଛନ୍ତି,ଆଜି ସକାଳ ୧୦ଘଣ୍ଟା ଠାରୁ ଏହି ପରିକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ୨ଗୋଟି ସିଟିଂରେ ଚାଲୁ ରହିଥିଲା । ମହାରାଜା ହାଇସ୍କୁଲ କେନ୍ଦ୍ରରେ ପାରଳାଖେମୁଣ୍ଡି ମହାରାଜା ବାଳିକା ବିଦ୍ୟାଳୟର ୨୦୦ଜଣ ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ଭାବେ ପରୀକ୍ଷା ଅନୁଷ୍ଠିତ ହୋଇଛି । ପାରଳାଖେମୁଣ୍ଡି ସହରରେ ମହାରାଜା ହାଇସ୍କୁଲ ସହ ୪ଗୋଟି ପରୀକ୍ଷା କେନ୍ଦ୍ର ଯଥା,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ମହାରାଜା ଉଚ୍ଚ ବାଳିକା ବିଦ୍ୟାଳୟ ଏବଂ ମହେନ୍ଦ୍ରଗିରି ହାଇସ୍କୁଲରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦ୍ୟୁଷ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଜପତି ଜିଲ୍ଲାର ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷାର ସୁପରିଚାଳନା ପାଇଁ ଅନୁଧ୍ୟାନ କରିଥିବା ସୁଚନା ମିଳିଛି ।

Leave A Reply

Your email address will not be published.