ରାଜଧାନୀର ଆଉ ଚାରଟି ସ୍ଥାନ ଆବଦ୍ଧାଞ୍ଚଳ ଘୋଷଣା

0 66

ଭୁବନେଶ୍ୱର: ବିଏମସି ଦ୍ୱାରା ପୁଣି ଥରେ ୪ଟି ସ୍ଥାନକୁ ଆବଦ୍ଧାଞ୍ଚଳ ଭାବରେ ଘୋଷଣା କରାଯାଇଛି । ଗୋଟିଏ ଲେଖାଏଁ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନୟାପଲ୍ଳୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳ ମଧ୍ୟ ଆବଦ୍ଧାଞ୍ଚଳ ହୋଇଛି । କାଲି ଠାରୁ ଆଜି ଭିତରେ ବିଏମସିରେ ୧୪ଟି ସ୍ଥାନ ଆବଦ୍ଧାଞ୍ଚଳ ଘୋଷିତ ହୋଇସାରିଲାଣି ।
ସୂଚନା ଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ୍ ଗାଇଡଲାଇନ୍ କୁ ରାଜ୍ୟ ସରକାର ଆହୁରି କଡ଼ାକଡ଼ି କରିଛନ୍ତି । ଗତକାଲି ସହରାଞ୍ଚଳ ମାନଙ୍କରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା କରାଯାଇଥିଲା । ଏଥିସହ ଲୋକଙ୍କ ବିଭିନ୍ନ ଗତିବିଧି କୁ ରୋକିବା ପାଇଁ ଗାଇଡଲାଇନ୍ ଏସଆରସି ଘୋଷଣା କରିଥିଲେ  ।

Leave A Reply

Your email address will not be published.