କରୋନା କଟକଣା ମଧ୍ୟରେ ମୋହନା ବ୍ଲକରେ ୨୦୩୦ଜଣ ପରୀକ୍ଷା ଦେଉଛନ୍ତି

0 95


ପାରଳାଖେମୁଣ୍ଡି,୬ା୧ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷରେ ଆରମ୍ଭ ହୋଇଛି ୧୦ମ ଶ୍ରେଣୀ ପରୀକ୍ଷ।। ଗଜପତି ଜିଲ୍ଲାର ବୃହତ ବ୍ଲକ ମୋହନା ବ୍ଲକରେ ପୃଥକ ପୃଥକ ସ୍ଥାନରେ୭ ଗୋଟି ପରୀକ୍ଷା କେନ୍ଦ୍ରରେ ୨୦୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷା ଗତକାଲି ଠାରୁ ଆରମ୍ଭ ହୋଇଛି । ଆଗାମୀ ୮ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲୁ ରହିବ । ଅଡବା ଉଚ୍ଚ ବିଦ୍ୟାଳୟରେ ୯ଗୋଟି ବିଭିନ୍ନ ବିଦ୍ୟାଳୟର ୨୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ଚାନ୍ଦିପୁଟ ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରେ ୬ ଗୋଟି ବିଦ୍ୟାଳୟର ୩୦୩ ଛାତ୍ରଛାତ୍ରୀ ଓ ମୋହନା ହାଇସ୍କୁଲରେ ୩୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏପରି ଭାବେ ମୋଟ ୨୦୩୦ଜଣ ପରୀକ୍ଷାର୍ଥୀ ମୋହନା ବ୍ଲକରେ ପରୀକ୍ଷା ଦେଉଛନ୍ତି । ଏଥି ପାଇଁ ବିଦ୍ୟାଳୟରେ ସାମାଜିକ ଦୂରତା, ସାନିଟାଇଜ ସହ ଥୋରମାଲ ସ୍କାନିଂକୁ ପ୍ରାଧାନ୍ୟ ଦିଆଯାଇଛି ।

Leave A Reply

Your email address will not be published.