ରାଜ୍ୟରେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

0 63

ଭୁବନେଶ୍ବର ୧୦।୧: ରାଜ୍ୟରେ ଆଉ ୨୮ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଆଉ ୨୮ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ILS ଅବଗତ କରିଛି । ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ପ୍ରଥମ ଭାବେ ଡିସେମ୍ବର ୨୧ ତାରିଖରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଡିସେମ୍ବର ୨୩ ତାରିଖରେ ଆଉ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୬ ତାରିଖରେ ଆଉ ୪ ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨ ତାରିଖରେ ୨୩ ଜଣ, ୫ ତାରିଖରେ ୨୪ ଜଣ, ୮ତାରିଖରେ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ୧୦ ତାରିଖରେ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୭୫୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୫୬୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୬୬୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୧୭୮୯୭୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.