ଓଡିଶାର ହିମାଳୟ ଗଜପତିର ମହେନ୍ଦ୍ରଗିରିକୁ ପ୍ରବେଶ ବନ୍ଦ

0 73

ପାରଳାଖେମୁଣ୍ଡି, ୯ା୧ : ଓଡିଶାର ହିମାଳୟ, ପୁରାଣ ପସି,ଐତିହାସିକ ଓଡିଶାର ହିମାଳୟ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କୁ ଯିବା ପାଇଁ କଟକଣା ଜାରି ହୋଇଥିବାର ଜଣାପଡିଛି । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ପଞ୍ଚାୟତ ଠାରେ ଅବସ୍ଥିତ ଥିବା ପୁରାଣ ପ୍ରସିଦ୍ଧ ତଥା ରାମାୟଣ କୋରିଡର ଭାବେ ଘୋଷିତ ହୋଇଥିବା ଐତିହାସିକ ପାହାଡ ଦେଶ ଯାହାର ନାମ ମହେନ୍ଦ୍ରଗିରି ପର୍ବତ ସେହି ପୁରାଣ ପ୍ରସିଦ୍ଧ ପର୍ବତ ମଧ୍ୟକୁ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡଲାଇନ ଅନୁଯାୟୀ କଟକଣା ଲାଗୁ କରାଯାଇଛି । ହଠାତ୍ ଏହି କଟକଣା ଯୋଗୁଁ ପର୍ଯ୍ୟଟକମାନେ ବହୁ ଦୁର ଦୁରାନ୍ତରରୁ ଆସି ଦୁଃଖ ପ୍ରକାଶ କରି ଫେରି ଯାଉଥିବା ଲକ୍ଷ କରାଯାଇଛି । ବର୍ତ୍ତମାନ ଶୀତ ଋତୁ ତଥା ଦୁଇ ବର୍ଷ ହେଲା ଦେଶରେ ଭୟାଭୟ ସଂକ୍ରମଣ କରୋନାର ଆଗମନ ହୋଇଥିବାରୁ ବହୁ ଜନସାଧାରଣମାନେ ନିଜ ଘରୁ ବାହାରି ନପାରି ଦୁଇ ବର୍ଷ କାଳ ସଂକ୍ରମଣକୁ ଭୟକରି ଜୀବନ ଅତିବାହିତ କରୁଛନ୍ତି । ଯାହାକିଛି ଦିନ ହେଲା ଶୀତ ଋତୁରେ ସମସ୍ତେ ଆନନ୍ଦର ସହ ନିଜେ ଏବଂ ନିଜ ପରିବାର ସହ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବା ପର୍ଯ୍ୟଟନସ୍ଥଳୀ ଗୁଡିକୁ ଭ୍ରମଣ କରିବାକୁ ଯାଇ ସମୟ ଅତିବାହିତ କରୁଥିଲେ । କିନ୍ତୁ ହଠାତ ପୁନର୍ବାର ତୃତୀୟ ଲହରୀର ଆଗମନ ହୋଇଥିବାରୁ ସରକାର ନିୟମ ଲାଗୁ ହୋଇଥିବାରୁ କିଛି ଦିନ ପର୍ଯ୍ୟନ୍ତ ସମସ୍ତ ତୀର୍ଥ ସ୍ଥାନ, ପର୍ଯ୍ୟଟନସ୍ଥଳୀ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଥିବାରୁ ରାମଗିରି ବନାଞ୍ଚଳ ପକ୍ଷରୁ ମହେନ୍ଦ୍ରଗିରି ପର୍ବତ ପ୍ରବେଶ ପଥକୁ ବନ୍ଦ କରିଥିବାର ବିଭାଗ ପକ୍ଷରୁ ରେଞ୍ଜ ଅଧିକାରୀ ରାଜେନ୍ଦ୍ର ରଥ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ସେଠାକୁ ଆସିଥିବା ଏହି ଅଞ୍ଚଳର ଯଥା ପାରଳାଖେମୁଣ୍ଡି, ରାୟଗଡ, ଆର୍.ଉଦୟଗିରି, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଚିକିଟି, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ,ବିଜୟନଗର,ବିଶାଖପାଟଣା, ମଞ୍ଜୁଷା, ସୋମପେଣ୍ଠା, ପଲାସା ଆଦି ଅଞ୍ଚଳରୁ ଆସିଥିବା ବହୁ ପର୍ଯ୍ୟଟକମାନେ ପ୍ରବେଶ ପଥ ବନ୍ଦ ଥିବାରୁ ନିରାଶ ହୋଇ ଫେରି ଯାଉଛନ୍ତି ।

Leave A Reply

Your email address will not be published.