ସାତକୋଶିଆରେ ଶୀତ ଋତୁର ଅତିଥି ବ୍ଲାକ ଷ୍ଟ୍ରୋକ

0 57

ଅନୁଗୁଳ : ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ହେଲେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କୁ ସାତକୋଶିଆ ଗଣ୍ଡରେ ଦେଖିବାକୁ ମିଳିଥାନ୍ତି । ଇଣ୍ଡିଆନ ସ୍କିମର, ଚକୋରା ଚକୋରୀ, ପାଣି କୁଆ, ଗେଣ୍ଡାଳିଆ, ଇତ୍ୟାଦି ଦଳ ଦଳ ହୋଇ ଆସିଥିବା ବିଭିନ୍ନ ପ୍ରକାର ପକ୍ଷୀ ମାନଙ୍କ କଳରବରେ ସାତକୋଶିଆ ଗଣ୍ଡ ମୁଖରୀତ ହୋଇପଡିଥାଏ । ଚଳିତ ବର୍ଷ ବ୍ଲାକ ଷ୍ଟ୍ରୋକ ନାମକ ଏକ ନୁଆ ପ୍ରଜାତିର ପକ୍ଷୀ ପ୍ରଥମ ଥର ପାଇଁ ଅତିଥି ଭାବରେ ପହଂଚିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ତଥା ବିଦେଶାଗତ ଚଢେଇ ମାନେ ଶୀତ ସରିବା ପରେ ନିଜର ନୁତନ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲିଯାଇଥାନ୍ତି । ଏ ବର୍ଷ ପ୍ରାୟ ୧୩ରୁ ଉଦ୍ଧ୍ୱର୍ ପ୍ରଜାତିର ପକ୍ଷୀ ମାନଙ୍କୁ ଦେଖିବାକୁ ମିଳିଥିବା ସାତକୋଶିଆ ଅଧିକାରୀଙ୍କ ପକ୍ଷରୁ ସୁଚନା ମିଳିଛ । ଚଳିତ ବର୍ଷ ପ୍ରଥମ କରି ବ୍ଲାକଷ୍ଟୋକ ନାମକ ଏକ ଭିନ୍ନ ପ୍ରଜାତିର ପକ୍ଷୀ ଦ୍ୃଷ୍ଟି ଗୋଚର ହେବା ପରିବେଶ ପ୍ରେମୀ ମାନଙ୍କ ମନରେ ଉସ୍ରାହ ସ୍ୃଷ୍ଟି କରିଛି । ଏହି ପ୍ରଜାତିର ପକ୍ଷୀ ମାନେ ବିଶେଷ କରି ଉତର ଭାରତ ଏବଂ ୟୁରୋପିୟ ଦେଶର ଜଳାଶୟ ମାନଙ୍କରେ ଦେଖିବାକୁ ମିଳିଥାନ୍ତି । ଏମାନେ ପ୍ରାୟତଃ ୯୫ ରୁ ୧୦୦ ସେ.ମି. ପର୍ଯ୍ୟନ୍ତ ଉଚ୍ଚତା ହୋଇଥାନ୍ତି । ଲମ୍ବା ନାଲି ଥଂଟ ଯୁକ୍ତ ବ୍ଲକ ଷ୍ଟ୍ରୋକ ସାଧାରଣତଃ ଧଳା ଓ କଳା ରଙ୍ଗଯୁକ୍ତ ଅଟେ । ଚଳିତ ବର୍ଷ ଗୋଟିଏ ମାତ୍ର ବ୍ଲାକ ଷ୍ଟୋକ ସାତକୋଶିଆର ଦେଖିବାକୁ ମିଳିଛିା ପରିବେଶ ପ୍ରେମୀ ମାନେ ବ୍ଲାକ ଷ୍ଟ୍ରୋକ କୁ ଏ ବର୍ଷର ବିଶେଷ ଅତିଥ ିଭାବରେ ବର୍ଣ୍ଣନା କରିଛନ୍ତି । ସାତକୋଶିଆ ବ୍ୟତୀତ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଳାଶୟ ମାନଙ୍କରେ ବହୁ ପରିମାଣରେ ଶୀତ ଋତୁରେ ପକ୍ଷୀ ମାନଙ୍କ ସମାଗମ ହୋଇଥାଏ । ବିଶେଷ କରି ଆଠ ମଲ୍ଲିକର ମାନ ଯୋର,, ତାଳଚେର ସ୍ଥିତ ସମଲ ବ୍ୟାରେଜ, ଅନୁଗୁଳ ସ୍ଥିତ ଡେରଜାଙ୍ଗ ଜଳଭଣ୍ଡାର, କଟକ ଓ ସାତକୋଶିଆ ସୀମାରେ ଥିବା ଶିଶୁ ପଥର ଡ୍ୟାମରେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ପକ୍ଷୀ ମାନେ ଶୀତ ଋତୁର ଅତିଥି ଭାବରେ ପହଂଚିଥାନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ମଧ୍ୟ ସର୍ବଦା ତତ୍ପରତା ପ୍ରକାଶ କରିଥାନ୍ତି ।

Leave A Reply

Your email address will not be published.