ଚିଲିକା ମଝିରେ ଫସିଗଲେ ହାତୀ ପଲ

0 65

ଟାଙ୍ଗୀ ୧୧।୧: ଚିଲିକା ମଝିରେ ଫସିଗଲେ ହାତୀପଲ । ଆଖୁ ବାଡ଼ିରେ ଆଖୁ ଖାଇବା ପାଇଁ ଯାଇଥିଲେ । ହେଲେ ଚିଲିକା ମଝିରେ ଥିବା ନଳଘାସ ହିଁ ଭ୍ରମ ସୃଷ୍ଟି କଲା । ନଳଘାସକୁ ଆଖୁ ବୋଲି ଭାବି ହାତୀ ପଲ ଚିଲିକା ମଧ୍ୟରେ ଫସିଗଲେ । ଚିଲିକା କୂଳରେ ଥିବା ରାଜ ଦଳ ମଧ୍ୟରେ ପ୍ରବେଶ କରି ଆଖୁ ବାଡି ସଦୃଶ ଦେଖାଯାଉଥିବା ନଳଘାସ ନିକଟରେ ପହଞ୍ଚି ଗଲେ ହାତୀ ପଲ । ଯେତେବେଳେ ହାତୀ ପଲ ଜାଣିପାରିଲେ ଯେ ସେମାନେ ଭ୍ରମରେ ଫସିଗଲେ ତାପରେ ଫେରିଲେ ।
ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ସୋରଣ-ମାନସିଂହପୁର ଚିଲିକା କୂଳରେ । କିଛି ମତ୍ସଜୀବୀ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଚିଲିକା ମଧ୍ୟରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଆଖୁବାଡିର ଭ୍ରମରେ ଚିଲିକା ମଧ୍ୟରେ ଥିବା ନଳ ଘାସ ନିକଟକୁ ଯାଇଥିଲେ । ଏହି ହାତୀ ପଲଙ୍କ ମଧ୍ୟରେ ୧୬ଟି ହାତୀ ଥିବାବେଳେ ୫ଟି ଛୁଆ ହାତୀ ଅଛନ୍ତି । ଚିଲିକା ମଧ୍ୟରେ ଫସିଥିବା ହାତୀ ପଲ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଟାଙ୍ଗୀ ବନ ବିଭାଗ ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.