ରାଜ୍ୟରେ ଆଉ ୬୭ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ

0 74

ଭୁବନେଶ୍ବର ୧୨/୦୧ : ଓଡିଶାରେ ଆଉ ୬୭ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କଲା ILS ।
ସୂଚନାଯୋଗ୍ୟ, ଗତକାଲି ଓଡିଶାରେ ୨୮ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାରା ଦେଶରେ ଓମିକ୍ରନ୍‌ ଭୟାବହତା ଜାରି ରହିଥିବା ବେଳେ ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି । ଓଡିଶାରେ ମଧ୍ୟ ସ୍ଥିତି ଧିରେ ଧିରେ ଭୟାନକ ହେବାରେ ଲାଗିଛି । ଯାହାର ଉଦାହରଣ ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

Leave A Reply

Your email address will not be published.