ଚାଷୀ ମୁଣ୍ଡରେ ଅଦିନିଆ ବର୍ଷା ମାଡ ବିଲ ଓ ଖଲାରେ ପଡିଥିବା ଧାନନଷ୍ଟ

0 71

ପାରଳାଖେମୁଣ୍ଡ : ଅଦିନିଆ ବର୍ଷା ଯୋଗୁ କାଶୀନଗର ବ୍ଲକ୍ ଓ ଏନ୍.ଏ.ସି ର ଚାଷୀମାନଙ୍କ  ପ୍ରଭୁତ କ୍ଷତି ଘଟିଛି । ଅମଳ ପରେ ବିଲରେ ଖଲାରେ ସେମାନେ ରଖିଥିବା ଧାନ ସବୁ ଓଦା ହୋଇଯାଇଛି । ଟାର୍ପୁଲିନ୍ ଅଭାବରୁ ଖୋଲାରେ ପଡିଥିବା ଧାନ ଓ ଧାନବସ୍ତା ଘୋଡାଇବା ସମ୍ଭବ ହୋଇନାହିଁ ,ତେଣୁ ଚାଷୀମାନେ ଗଣମାଧ୍ୟମକୁ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ , ଚଳିତ ବର୍ଷ ମଣ୍ଡିରେ ଧାନ କିଣିବା କାମ ନିର୍ଦ୍ଧିଷ୍ଟ କେତେକ ଏସ୍.ଏଚ୍ଚ୍.ଜି ଙ୍କୁ ଦିଆଯାଇଛି । ଉକ୍ତ କାମ ପାଇନଥିବା ଏସ୍.ଏଚ୍.ଜି ଗୁଡିକ ତେଣୁ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି । ପ୍ରଶାସନରେ ନିଷ୍ପତ୍ତି ପକ୍ଷପାତିତାମୂଳକ କୋରି ଅଭିଯୋଗ ଆଣି ବିଭିନ୍ନ ସ୍ଥାନରେ ରାସ୍ତାରୋଗ୍ କରିଛନ୍ତି । ଫଳରେ ମାଣ୍ଡୀରେ ଧାନ କିଣିବା କାମ ବିଳମ୍ବିତ ହୋଇଛି । ଉକ୍ତ କାମରେ ବିଳମ୍ବ ଯୋଗୁ ହିଁ ସେମାନଙ୍କୁ କ୍ଷୟକ୍ଷତିର ସମ୍ମୁଖୀନ ହେବାର ପଡିଲା ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେମାନେ ବି ଜଣାଇଛନ୍ତି ଯେ, ଜେନ ଚାଷୀ ଦ୍ଵାରା ଉତ୍ପାଦିତ ସବୁଧାନ ବିକ୍ରି କରିବାକୁ ଟୋକେନ୍ ମିଳୁନାହିଁ । ୨୫ ବସ୍ତା ଧାନ ଉତ୍ପାଦିତ ହୋଇଥିଲେ , ୧୫ ବସ୍ତା ବିକ୍ରିପାଇଁ ଟୋକେନ୍ ମିଳିଛି । ଅବଶିଷ୍ଟ ଧାନ ତେଣୁ ସେମାନେ ଶସ୍ତାରେ ବିକିବା ସକାଶେ ବାଧ୍ୟ ହେଉଛନ୍ତି । କାଶୀନଗର ରଇତ ସଂଘ ତରଫରୁ ପ୍ରତିବର୍ଷ ଚାଷୀମାନଙ୍କୁ ଦୁଇଟି ବଡ ଟାର୍ପୁଲୀନ୍ ଯୋଗାଇ ଦେବାକୁ ଦାବୀ ହୋଇଛି । ସବୁ ଗ୍ରାମରେ ଗୋଦାମ ନିର୍ମାଣ ଓ ଅଦିନିଆ ବର୍ଷରେ ଚାଷୀମାନେ ଧାନ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆଯିବା ଉପରେ ସଂଘ ସଭାପତି ପ୍ରଶାନ୍ତ ମିଶ୍ର ଗୁରୁତ୍ଵ ଆଦେଷ କରିଛନ୍ତି।       

Leave A Reply

Your email address will not be published.