ଗଜପତି : ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

0 100

ପାରଳାଖେମୁଣ୍ଡ / ଗଜପତି ଜିଲ୍ଲାରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍। ଆଜି ପାରଳାଖେମୁଣ୍ଡି ସହରର ବାଟଗୌଡ ସାହି ଓ୍ବାର୍ଡ ନଂ ୧୪, ଗାନ୍ଧୀ ନଗର ୨ୟ ଲାଇନ୍, ଏଲକେଲା ସାହି  ଓ ଜଗନ୍ନାଥ ବିହାର ଓ୍ବାର୍ଡ ନଂ ୭ କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ଏହିସବୁ ସାହିରେ ୨୫ରୁ ଉର୍ଦ୍ଧ ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କୁ ସଂଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ କ୍ରମଶଃ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପାରଳାଖେମୁଣ୍ଡି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ନିୟନ୍ତ୍ରଣ କରିବାକୁ ସହରରେ ଟେଷ୍ଟିଂକୁ ଯୋରଦାର କରାଯାଇଛି । ଏଥିସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକରିବା ପାଇଁ ଏବଂ ସମସ୍ତ ପ୍ରବେଶ ପଥରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ। ଜିଲ୍ଲାରେ ଆଜି ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ସୁଧା ୫୩୧  ଏକ୍ଟିଭ୍ କେସ ରହିଛି । ସେଥିମଧ୍ୟରୁ ୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମସ୍ତ ଆକ୍ରାନ୍ତ ସଂଗରୋଧରେ ରହିଥିବା ବେଳେ ସେଭଳି ଗୁରୁତର କେସ୍ ଦେଖାଯାଇନାହିଁ ।  ଅପରପକ୍ଷରେ ଆର୍.ସିତାପୁର କୋଭିଡ୍ ହସ୍ପିଟାଲ ସହ ବେତାଗୁଡା ସ୍ଥିତ କୋଭିଡ୍ କେୟର୍ ସେଣ୍ଟର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ। ହସ୍ପିଟାଲ ଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.