କୁଟେରଙ୍ଗା ପଡାରେ ବାଘ ଆତଙ୍କ, ଶିକାର ହେଲା ଗାଈ

0 71

ନୂଆପଡା : ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଧରମବନ୍ଧା ଥାନା କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ ଦେଖା ଦେଇଛି । ସେହି ଗାଁ ନିକଟରେ ଏକ ଗାଈ କୁ ବାଘ ଶିକାର କରିଥିବାର ଜଣାପଡିଛି। ସୂଚନାନୁସାରେ ଆଜି ସକାଳ ୭ ଟାରେ ଧରମ ବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଅଗିନ ମାଝୀ ଗାଈ ଗୁହାଳରୁ ଗାଈକୁ ବାହାର କରି ପାଖ ଜଙ୍ଗଲ ପଟେ ଚରାଇ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡରେ ଏକ ବାଘ ହଠାତ ଚାଲି ଆସି ଗାଈର ତଣ୍ଟି କୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଗାଈକୁ ଛାଡି ଜଙ୍ଗଲ ପଟେ ଚାଲି ଯାଇଥିଲା । ତେବେ ଗାଈର ତଣ୍ଟିକୁ ଧରି କଣା କରଦେଇଥିବାରୁ ଅଧିକ ରକ୍ତ ଶ୍ରାବ ଯୋଗୁଁ ଗାଈର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।ଏହି ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏବେ ଧରମବନ୍ଧା, ତୋର୍ରା  ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଛି । ସ୍ଥାନୀୟ ଲୋକେ  ବାଘ କୁ ଦେଖିଥିବା କହୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ସଚେତନ କରୁଛନ୍ତି। ବାଘର ପାଦ ଚିହ୍ନ ଚିହ୍ନଟ ହୋଇଥିବାରୁ ଘଟଣା ସ୍ଥଳ ରେ ବନ ବିଭାଗ ଗାଁ ନିକଟରେ ଓ ଜଙ୍ଗଲ ନିକଟରେ କ୍ୟାମେରା ଲଗାଇ ବାଘ ର ଗତିବିଧି ଓ ସ୍ଥିତି ଉପରେ ନଜର ରଖାଯାଉଛି ବୋଲିକୁ  ଧରମ ବନ୍ଧା ରେଞ୍ଜର ସଦନ ମାଝୀ ପ୍ରକାଶ କରିଛନ୍ତ।

Leave A Reply

Your email address will not be published.