ନିଜ ସର୍ଭିସ ବନ୍ଧୁକ ଏକେ ୪୭ରେ ଗୁଳି କରି ଆତ୍ମହତ୍ୟା କଲେ ଯବାନ

0 68

ନୂଆପଡ଼ା, ୧୭।୧ ନୂଆପଡ଼ା ଜିଲ୍ଲା କୋମନା ଥାନା ବାଟିବାହାଲ  ଗାଁ ନିକଟ ସିଆରପିଏଫ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ସିଆରପିଏଫ ଯବାନ ନିଜ ସର୍ଭିସ ବନ୍ଧୁକ ଏକେ ୪୭ରେ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଯବାନ ଜଣକ ସିଆରପିଏଫ ୨୧୬ ବ୍ୟାଟାଲିୟନ ହାବିଲଦାର ରାମ ପ୍ରତାପ(୪୯) । ଏବେ ଘଟଣା ସ୍ଥଳରେ କୋମନା ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ ଆଜି ସକାଳ ୭ ଟା ରେ ହାବିଲଦାର ରାମପ୍ରତାପ ପୋଷ୍ଟ ଡିୟୁଟିରେ ନିୟୋଜିତ ହୋଇଥିଲେ । ତେବେ କୌଣସି କାରଣରୁ ସରକାରୀ ଏକେ ୪୭ରେ ନିଜ ବେକରେ ଲଗାଇ ସୁଟ କରିଥିଲେ । ସେଠାରେ ବହୁତ ରକ୍ତଶ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ପୂର୍ବାହ୍ନରେ ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଛନଭିନ ଚଳାଇଛନ୍ତି। ମୃତକ ହାବିଲଦାର ରାମପ୍ରସାଦ ହରିୟାଣା ରାଜ୍ୟର ବୋଲି ଜଣା ପଡିଛି ।

Leave A Reply

Your email address will not be published.