ରାଜଧାନୀରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ପଣ୍ଡ

0 68

ଭୁବନେଶ୍ବର ୧୮।୦୧: ରାଜଧାନୀରେ ଏଟିଏମରୁ ଲୁଟ ଉଦ୍ୟମ । ଧରାପଡିଲେ ୨ ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ଧରାପଡିଲେ ୨ ଯୁବକ । ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍‌ ଉଦ୍ୟମ ହୋଇଥିଲା । ଗ୍ୟାସ କଟରରେ କାଟିବାକୁ ଉଦ୍ୟମ କରିଥିଲେ ଲୁଟେରା । ସେହି ସମୟରେ ଏଟିଏମରେ ନିଆଁ ଲାଗିଯାଇଥିଲା । ଏହାକୁ ଦେଖି ସେହି ବାଟ ଦେଇ ଯାଉଥିବା କିଛି ଲୋକ ପୋଲିସକୁ ଖବର ଦେଇଥଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ ଧରିବା ସହିତ ସେମାନେ ଆଣିଥିବା ଏକ ଗ୍ୟାସ ସିଲିଣ୍ଡର ଓ ଚୁଲାକୁ ଜବତ କରିଛି ।

Leave A Reply

Your email address will not be published.