ପଞ୍ଚାୟତ ନିର୍ବାଚନ: ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ

0 61

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଲାଗି ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ନିର୍ବାଚନ ଆୟୋଗ । ଘୋଷଣା ଅନୁଯାୟୀ, ପୂର୍ବରୁ ଥିବା ମୃତ୍ୟୁ ଜନିତ ଅନୁକମ୍ପା ରାଶି ବଢ଼ାଇ ଦିଆଯାଇଛି । ଏଣିକି ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ହେଲେ ମିଳିବ ଏହି ଅନୁକମ୍ପା । ସେହିପରି ଯଦି ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲା । ତେବେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବ । ହିଂସାରେ ଯଦି ଆଖି ସମ୍ପୂର୍ଣ ନଷ୍ଟ ହୋଇଯାଏ । ତେବେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ । ସେହିଭଳି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ । ନିକଟ ସମ୍ପର୍କୀୟଙ୍କୁ ଏହି ଅନୁକମ୍ପା ରାଶି ଦେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.