ସ୍ଥାନାନ୍ତର ହେଲା ୧ ନମ୍ବର ପରିବା ହାଟ

0 48

ଭୁବନେଶ୍ୱର : ରାଜଧାନୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର ଅର୍ଥାତ ବିକେନ୍ଦ୍ରୀକରଣ କରାଯାଇଛି । ଆଜିଠାରୁ ୧ ନମ୍ବର ପରିବା ହାଟ, ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିଛି । ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ହାଇସ୍କୁଲ ପଡ଼ିଆରେ ହାଟ ବସିବାକୁ ନେଇ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୧ ନମ୍ବର ହାଟରେ ୧୪ ଶହ ବେପାରୀ ବସୁଥିବାବେଳେ ହାଇସ୍କୁଲ ପଡ଼ିଆରେ ଜାଗା ଅଭାବ ହେଉଛି । ଏଣୁ ଅଧାରୁ ଅଧିକ ବେପାରୀ ଦୋକାନ ଖୋଲି ପାରିନାହାନ୍ତି । ଜାଗା ନ ମିଳିବାରୁ ବହୁ ବ୍ୟବସାୟୀ ଗାଁକୁ ପଳାଇଥିବା ଅଭିଯୋଗ ହୋଇଛି । ଏଣୁ ଆଉ କିଛି ଅସ୍ଥାୟୀ ଦୋକାନ ଖୋଲିବାକୁ ଦାବି କରିଛନ୍ତି । ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି ।
ଏନେଇ ଜଣେ ବ୍ୟବସାୟୀ ଅଖିଳ ସାହୁ କହିଛନ୍ତି, ସରକାରଙ୍କ ଆଇନକୁ ସମ୍ପୂର୍ଣ୍ଣ ସମ୍ମାନ ଦେଉଛୁ। କିନ୍ତୁ ଏହି ପଡ଼ିଆ ବହୁତ ଛୋଟ ହେଉଥିବାରୁ ବହୁ ଦୋକାନୀ ଦୋକାନ ଖୋଲି ପାରୁ ନାହାନ୍ତି। ବହୁ ବ୍ୟବସାୟୀ ମନ ଦୁଃଖରେ ଗାଁକୁ ଯାଉଛନ୍ତି।

Leave A Reply

Your email address will not be published.