ଆଜିଠୁ ଓଡ଼ିଶା ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

0 93

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ଆଜି ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେଉଛି । ରାଜ୍ୟର ୫ଟି ଜୋନ୍‌ରେ ୧୬ଟି କେନ୍ଦ୍ରରେ କୋଭିଡ୍ କଟକଣାରେ ପରୀକ୍ଷା କରାଯାଉଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ଯାଏଁ ହେବ ଦ୍ୱିତୀୟ ସିଟିଂ ପରୀକ୍ଷା । OPSC ମେନ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । କରୋନାରେ ଅନେକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ରାଜଧାନୀରେ ବିକ୍ଷୋଭ ବି ପ୍ରଦର୍ଶନ କରିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ଅନୁସାରେ ମେନ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି । ଫେବୃଆରୀ ୮ ତାରିଖ ଯାଏଁ ଏହା ଚାଲିବ।

Leave A Reply

Your email address will not be published.